ଅପରାଧ

ଆଦିତ୍ୟଙ୍କ କଲ୍‌ ଡିଟେଲ୍‌ ଯାଞ୍ଚ କରିଛି ଜିଆର୍‌ପି, ଥାନାରେ ହାଜର ହେବେ ପିପୁଲ ଫର୍‌ ସେବାର ଦୁଇ ସଦସ୍ୟ

aditya

ଭୁବନେଶ୍ବର: ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ ନେଇ ଜାରି ରହିଛି ସସ୍‌ପେନ୍ସ । ଆଦିତ୍ୟଙ୍କ କଲ୍‌ ଡିଟେଲ୍‌ ଯାଞ୍ଚ କରିଛି ଜିଆର୍‌ପି। ଜୁନ୍‌ ୧ରୁ ଜୁଲାଇ ୬ ତାରିଖ ପର୍ଯ୍ୟନ୍ତ ସମସ୍ତ କଲ୍‌ ଡିଟେଲ୍‌ ଯାଞ୍ଚ କରାଯାଇଛି । ଖୁବଶୀଘ୍ର ଥାନାରେ ହାଜର ହେବେ ପିପୁଲ ଫର୍‌ ସେବାର ଦୁଇ ସଦସ୍ୟ ପପୁ ଓ ବିକାଶ। ଏହାସହିତ ସେବାଶ୍ରମର ଆର୍ଥିକ କାରବାରକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି।

୭ତାରିଖରେ ଘଟିଥିବା ଏହି ଘଟଣାରେ ଜିଆରପି ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି। ପୂର୍ବରୁ ୟୁଡି କେସ୍‌ ରୁଜୁ ହୋଇଥିଲା। ଜିଆରପି ପକ୍ଷରୁ ପରିବାର ଲୋକଙ୍କ ବୟାନ୍‌ ରେକର୍ଡ କରାଯାଇଥିଲା। ତେବେ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ହତ୍ୟା ମାମାଲା ରୁଜୁ କରିଥିଲା।

Click to comment

Leave a Reply

Your email address will not be published. Required fields are marked *

Most Popular

To Top