ଅପରାଧ

ଆଦିତ୍ୟଙ୍କ ସୁଇସାଇଡ୍‌ ସସପେନ୍ସ: ଘଟଣାର ୫ ଦିନ ପରେ ବି ପୋଲିସ ହାତ ଖାଲି !

ଭୁବନେଶ୍ୱର: ଆଦିତ୍ୟଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ? ଦିନ ଗଡିବା ସହ ବଢୁଛି ସସପେନ୍ସ । ଘଟଣାର 5 ଦିନ ପରେ ବି ପୋଲିସ ହାତ ଖାଲି । ଜିଆରପି ହାତରେ ଲାଗିନି କୌଣସି ଠୋସ ପ୍ରମାଣ । ଆଦିତ୍ୟଙ୍କ  ମାସକର କଲ ରେକର୍ଡ ମାଗିଛି ଜିଆରପି । ସେବାଶ୍ରମର ଆର୍ଥିକ କାରବାରକୁ ନେଇ ଆଦିତ୍ୟଙ୍କ ଦୁଇ ସହଯୋଗୀ ପପୁ ଓ ବିକାଶଙ୍କୁ ପଚରାଉଚରା କରିବ ପୋଲିସ । ଏହାଭିତରେ ଜିଆରପି ଥାନାରେ ହତ୍ୟା ମାମଲା ରୁଜୁ ହେବା ପରେ ଉଠୁଛି ଅନେକ ପ୍ରଶ୍ନ ।  ପାରିବାରିକ କଳହ, ଆର୍ଥିକ କାରବାର, ଆଶ୍ରମ ପରିଚାଳନା, ମଦ ବିରୋଧୀ ଆନ୍ଦୋଳନ କାରଣରୁ ଆଦିତ୍ୟଙ୍କୁ ହତ୍ୟା କରାଯାଇଛି କି ? ଘଟଣାକୁ 5 ଦିନ ବିତିଥିଲେ ବି ପୋଲିସ କାହିଁକି ପୋଷ୍ଟମର୍ଟମ ରିପୋର୍ଟ ସାର୍ବଜନୀନ କରୁନାହିଁ ? ଆଦିତ୍ୟଙ୍କ ମୃତ୍ୟୁ ପଛରେ ମଦ ମାଫିଆଙ୍କ ହାତ ରହିଛି କି ? ସୁଇସାଇଡ୍ ନୋଟ୍‌ରୁ କିଛି ଖିଅ ପାଇଛି କି ପୋଲିସ ?

ବର୍ତ୍ତମାନ ଆଦିତ୍ୟଙ୍କ ପତ୍ନୀ ଓ ତାଙ୍କ ସହଯୋଗୀଙ୍କ ଭିତରେ ଆରୋପ ପ୍ରତ୍ୟାରୋପ ଲାଗି ରହୁଥିବା ବେଳେ ଘଟଣାର ପ୍ରକୃତ କାରଣ ଜଣାପଡ଼ୁନି । ହେଲେ ପୋଲିସ ପଚରାଉଚରା ପାଇଁ ଡାକିଲେ ଆଦିତ୍ୟଙ୍କ ପତ୍ନୀ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି । ସେପଟେ ଏବେ ମିଡିଆ ସାମ୍ନାକୁ ଆସିବା ପାଇଁ ଅରାଜି ହେଉଛନ୍ତି ଆଦିତ୍ୟଙ୍କ ସହଯୋଗୀ ।

ଗତ 7 ତାରିଖରେ ଲିଙ୍ଗରାଜ ଷ୍ଟେସନ ନିକଟରୁ  ଆଦିତ୍ୟଙ୍କ ମୃତଦେହ ଉଦ୍ଧାର ହେଲା । 8 ତାରିଖରେ ଜିଆରପି ପକ୍ଷରୁ ରୁଜୁ ହେଲା ମାମଲା । କିନ୍ତୁ ଏବେସୁଦ୍ଧା ପୋଷ୍ଟମର୍ଟମ ରିପୋର୍ଟ ନ ମିଳିବା ଅନେକ ସନ୍ଦେହ ସୃଷ୍ଟି କରିଛି ।  ପ୍ରଶ୍ନ ଉଠୁଛି, ତଦନ୍ତରେ କାହିଁକି ବିଳମ୍ବ କରୁଛି ଜିଆରପି ? କାହିଁକି ଆଦିତ୍ୟଙ୍କ ଡାଏରି ଜବତ କରିବାରେ ବିଳମ୍ବ କରିଥିଲା ପୁଲିସ ? କାହିଁକି ବିଳମ୍ବରେ ହତ୍ୟା ମାମଲା ରୁଜୁ ହେଲା ? ସନ୍ଦେହ ଘେରରେ ଆସୁଥିବା ଲୋକଙ୍କୁ କାହିଁକି ପଚରାଉଚରା କରିବାରେ ବିଳମ୍ବ କରୁଛି ପୁଲିସ ? ଷ୍ଟେସନ ମାଷ୍ଟର, ଲୋକୋ ପାଇଲଟକୁ କାହିଁକି ପଚରାଉଚରା ହୋଇନାହିଁ ? ସେପଟେ ସପ୍ପେନସ୍ ବଢାଉଛି ଆଦିତ୍ୟଙ୍କ ଡାଏରି । ଫରେନ୍ସିକ ଲ୍ୟାବରେ ଯାଞ୍ଚ ହେଉଥିବା ଆଦିତ୍ୟଙ୍କ ଡାଏରି ଯଦି ସତ୍ୟ ପ୍ରମାଣିତ ହୁଏ ତା ହେଲେ ଘଟଣାର ନୂଆ ନୂଆ ଦିଗ ବାହାରିବ ବୋଲି ଚର୍ଚ୍ଚା ହେଲାଣି ।

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top