X
Breaking News
ଦେଶ

ପାକିସ୍ତାନବାସୀଙ୍କୁ ପୁଣି ଝଟ୍‌କା ଦେଲେ ତାଙ୍କ ସରକାର, ବଲିଉଡ ଫିଲ୍ମ ପରେ ବିଜ୍ଞାପନରେ ଲଗାଇଲେ ରୋକ

imran

ନୂଆଦିଲ୍ଲୀ: ପାକିସ୍ତାନବାସୀଙ୍କୁ ପୁଣି ଝଟ୍‌କା । ବଲିଉଡ୍‌ ଫିଲ୍ମ ଦେଖିବା ପାଇଁ ମନା କଲା ପରେ ଏବେ ବିଜ୍ଞାପନକୁ ମଧ୍ୟ ବ୍ୟନ୍‌ କରିଛନ୍ତି ପାକିସ୍ତାନ ସରକାର । ଜାମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ଭାରତ ଓ ପାକିସ୍ତାନ ମଧ୍ୟ ତିକ୍ତତା ବଢ଼ିଯାଇଛି । ବ୍ୟବସାୟିକ ସମ୍ପର୍କଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ଛିନ୍ନ ହୋଇଛି । ଏବେ ପାକିସ୍ତାନରେ ଚାଲୁଥିବା ଭାରତୀୟ ବିଜ୍ଞାପନ ଉପରେ ମଧ୍ୟ ରୋକ୍‌ ଲାଗାଇଛନ୍ତି ପାକିସ୍ତାନ ସରକାର । ଭାରତୀୟ ବିଜ୍ଞାପନ ଉପରେ ରୋକ ଲଗାଯିବା ପରେ ପାକିସ୍ତାନ ଅର୍ଥନୀତିକୁ ମଧ୍ୟ ଏହା ଏକ ପ୍ରକାର ଝଟକା ବୋଲି କୁହାଯାଇପାରେ । କାରଣ ଭାରତୀୟ ବିଜ୍ଞାପନ ଯୋଗୁଁ ପାକିସ୍ତାନ ରାଜକୋଷକୁ ଅନେକ ଅର୍ଥ ଯାଉଥିଲା ।

ଏପରିକି ପାକିସ୍ତାନ ସରକାରଙ୍କ ପକ୍ଷରୁ ଭାରତୀୟ ଫିଲ୍ମ ସିଡି ବିକ୍ରି ହେଉଥିବା ଦୋକାନ ଉପରେ ଚଢ଼ାଉ କରାଯାଇଛି । ଚଢ଼ାଉ ବେଳେ ଜବତ ସିଡି ଗୁଡ଼ିକୁ ନଷ୍ଟ କରିଦିଆଯାଇଛି । ଏନେଇ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ସ୍ୱତନ୍ତ୍ର ସହାୟକ ଫିର୍ଦୌସ ଆଶିକ୍‌ ଆୱାନ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ପାକିସ୍ତାନ ପ୍ରଥମେ ନିଜ ଆଡ଼ୁ ସମସ୍ତ ସମ୍ପର୍କ ଛିନ୍ନ କରିଛି । ବ୍ୟବସାୟିକ ବ୍ୟବସ୍ଥାଠାରୁ ଆରମ୍ଭ କରି କୁଟନୈତିକ ସମ୍ପର୍କକୁ ମଧ୍ୟ ଛିନ୍ନ କରିଛି ପାକିସ୍ତାନ । ପରେ ସମଝୌତା ଏକ୍ସପ୍ରେସ୍‌ଠାରୁ ଆରମ୍ଭ କରି ଥର ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ପାକିସ୍ତାନ ଭାରତ ସହ ସମ୍ପର୍କ ଛିନ୍ନ କରିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top