X
Breaking News
ଟିଭି

ଦିବ୍ୟା ଭାରତୀଙ୍କ ମୃତ୍ୟୁ ପରେ ଫିଲ୍ମ ସ୍କ୍ରିନିଂ ସମୟରେ ଘଟିଥିଲା ଏହି ଅଜିବ୍‌ ଘଟଣା ! ଡରି ଯାଇଥିଲା ପୂରା ଟିମ୍

divya

ମୁମ୍ବାଇ: ଖୁବ୍ କମ୍ ବୟସରେ ଲୋକପ୍ରିୟ ଅଭିନେତ୍ରୀ ପାଲଟିଯାଇଥିଲେ ଦିବ୍ୟା ଭାରତୀ । ତାଙ୍କୁ ନିଜ ଫିଲ୍ମରେ ନେବା ପାଇଁ ଦିନେ ନିର୍ଦ୍ଦେଶକଙ୍କ ଲାଇନ୍ ଲାଗୁଥିଲା । 1992ରେ ଦିବ୍ୟା ଏକାଥରକେ ତିନୋଟି ହିଟ୍ ଫିଲ୍ମ ଦେଇଥିଲେ । ଏହାପରେ 1993 ଏପ୍ରିଲ 5 ତାରିଖରେ ଅଚାନକ ତାଙ୍କର ମୃତ୍ୟୁ ହୋଇଥିଲା । ରାତି ପ୍ରାୟ 11ଟା ସମୟରେ ଦିବ୍ୟା ନିଜ ଆପାର୍ଟମେଣ୍ଟର ପଞ୍ଚମ ମହଲାରୁ ଅଚାନକ ତଳକୁ ପଡିଯାଇଥିଲେ ଏବଂ ତାଙ୍କର ମୃତ୍ୟୁ ହୋଇଥିଲା । ହିନ୍ଦୁ ରୀତି ନୀତିରେ ତାଙ୍କର ଅନ୍ତିମ ସଂସ୍କାର ହୋଇଥିଲା । ଦିବ୍ୟାଙ୍କ ମୃତ୍ୟୁ ପରେ ରଙ୍ଗ, ସତରଞ୍ଜ, ଥୋଲି ମୁଦ୍ଧୁ ରିଲିଜ୍ ହୋଇଥିଲା । ରଙ୍ଗରେ ଦିବ୍ୟାଙ୍କ ସହିତ ଆୟେଶା ଜୁଲକାଙ୍କୁ ଦେଖିବାକୁ ମିଳିଥିଲା । ତେବେ ଦିବ୍ୟାଙ୍କ ମୃତ୍ୟୁ ପରେ ଏକ ଅଜୀବ ଘଟଣା ଘଟିଥିଲା । କିଛି ମାସ ପରେ ଆୟେଶା ରଙ୍ଗର ଟ୍ରାୟଲ ଦେଖିବାକୁ ଫିଲ୍ମ ସିଟି ଯାଇଥିଲେ । ଦିବ୍ୟା ସ୍କ୍ରିନକୁ ଆସିବା ମାତ୍ରେ ସ୍କ୍ରିନ୍ ଖସିପଡିଥିଲା । ଏହା ପୁରା ଟିମ୍ ପାଇଁ ଅଜୀବ ଥିଲା ।

ମାତ୍ର 14 ବର୍ଷ ବୟସରେ ଦିବ୍ୟା ବଲିଉଡରେ ପାଦ ଥାପିଥିଲେ । 1992ରୁ 1993 ମଧ୍ୟରେ 14ରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲେ । ଏହି ସମୟରେ ତାଙ୍କର ସମସ୍ତ ଫିଲ୍ମ ହିଟ୍ ହୋଇଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top