X
Breaking News
ନ୍ୟୁଜ୍

୩ ମାସ ଟ୍ରାଫିକ୍ ନିୟମ କୋହଳ ପରେ ବଦଳିଯାଇଛି ଚିତ୍ର, ଦେଖନ୍ତୁ…

Traffic

ଭୁବନେଶ୍ୱର: ନିୟମ କୋହଳ ପରେ ଖୋଲାଖୋଲି ଟ୍ରାଫିକ୍ ଉଲଘଂନ କରୁଛନ୍ତି ଚାଳକ । ଆଉ ମୁଣ୍ଡରେ ରହୁନି ହେଲମେଟ୍‌ କି  ପିନ୍ଧୁନାହାନ୍ତି ସିଟ୍ ବେଲ୍ଟ । ଜେବ୍ରା କ୍ରସିଂ ଉପରେ ରହୁଛି ଗାଡି । ଦିନ କେଇଟା ଭିତରେ ବଦଳିଯାଇଛି ରାଜଧାନୀ ଭୁବନେଶ୍ୱରର ଚିତ୍ର । ସେପ୍ଟେମ୍ବର 1 ତାରିଖରେ ନିୟମ କଡାକଡି ଆଉ ସେପ୍ଟେମ୍ବର 9ରେ ନିୟମ କୋହଳ ପରେ ଏବେ ଖୋଲାଖୋଲି ବୁଲୁଛନ୍ତି ବାଇକ ଆରୋହୀ, କାର ଚାଳକ ଓ ବସ୍ ଚାଳକ ।

ଅତ୍ୟଧିକ ଟ୍ରାଫିକ ଫାଇନ ଯୋଗୁଁ ଲୋକଙ୍କ ଅସନ୍ତୋଷ ଦେଖି ତିନି ମାସ ପାଇଁ ଟ୍ରାଫିକ ନିୟମକୁ କୋହଳ କଲେ ମୁଖ୍ୟମନ୍ତ୍ରୀ । ଏହି ତିନିମାସ ଭିତରେ ନିଜର ଗାଡିର କାଗଜ ପତ୍ର ଠିକ ଭାବେ କରି ନେବାକୁ ଦେଲେ ପରାମର୍ଶ । ତେବେ ନିୟମ କୋହଳ ପରେ କିଏ ମୋବାଇଲରେ ଗପି ଗପି ଯାଉଛି ତ ଆଉ କେଉଁ ବାଇକରେ ତିନିଜଣ ବସି ଯାଉଛନ୍ତି । କେବଳ ଲାଇସେନ୍ସ ଓ ପଲ୍ୟୁସନ ସାର୍ଟିଫିକେଟ ପାଇଁ ତିନି ମାସ ସମୟ ଦିଆଯାଇଥିବା ବେଳେ ହେଲମେଟ, ରଙ୍ଗରୁଟ , ଡ୍ରିଙ୍କ ଆଣ୍ଡ ଡ୍ରାଇଭ ଓ ଟ୍ରିପଲ ରାଇଡିଙ୍ଗ ପାଇଁ ନିୟମ ଏବେ ମଧ୍ୟ କଠୋର ରହିଛି ବୋଲି ଟ୍ରାଫିକ ଡିସିପି  ସାଗରିକା ନାଥ ସୂଚନା ଦେଇସାରିଛନ୍ତି । ସେପଟେ ଏବେବି ବିଭିନ୍ନ ସଙ୍ଗଠନ ପକ୍ଷରୁ ରାଜଧାନୀରେ ଚାଲିଛି ସଚେତନତା କାର୍ଯ୍ୟକ୍ରମ ।

ଢ଼ିଲା ଟ୍ରାଫିକ ବ୍ୟବସ୍ଥା ଯୋଗୁଁ ସଡକ ଦୁର୍ଘଟଣା ବଢ଼ୁଥିବାରୁ ସଂଶୋଧିତ ଟ୍ରାଫିକ ନିୟମ ଆଣିଥିଲେ କେନ୍ଦ୍ର ସରକାର । ଏହି ନିୟମାନୁସାରେ ଫାଇନ ଆଦାୟର ପରିମାଣକୁ ଦଶ ଗୁଣା ବଢ଼ାଇ ଦିଆଯାଇଥିବା ବେଳେ ମଦ ପିଇ ଗାଡି ଚଳାଉଥିବା ବ୍ୟକ୍ତିଙ୍କ ପାଇଁ ଜେଲ ଦଣ୍ଡର ମଧ୍ୟ ବ୍ୟବସ୍ଥା ରହିଛି । ତେବେ ଅଧିକାଂଶ ଗାଡି ଚାଳକଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ ଓ ପଲ୍ୟୁସନ ସାର୍ଟିଫିକେଟ ଆଦି କାଗଜପତ୍ର ନଥିବାରୁ ନିୟମକୁ ରାଜ୍ୟରେ ତିନି ମାସ ପାଇଁ କୋହଳ କରିଥିଲେ ମୁଖ୍ୟମନ୍ତ୍ରୀ । ତେବେ ନିୟମ କୋହଳ ପରେ ଏବେ ବଦଳିଯାଇଛି ଚିତ୍ର ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top