ଦେଶ

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ, ବିମାନରେ ଥିଲେ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ

flight
courtesy: hindi.news18.com

ନୂଆଦିଲ୍ଲୀ:  ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଲେ ଯାତ୍ରୀ ।  ଯାନ୍ତ୍ରିକ ତ୍ରୁଟି ଯୋଗୁଁ ନାଗପୁର-ଦିଲ୍ଲୀ ଇଣ୍ଡିଗୋ ବିମାନ ଫେରିଆସିଥିବାର ଖବର ମିଳିଛି ।ଯାନ୍ତ୍ରିକ ତ୍ରୁଟି ବିଷୟରେ ଆଗରୁ ଜଣା ପଡ଼ିଥିବାରୁ ଏକ ବଡ଼ ଧରଣର ନିଶ୍ଚିତ ଦୁର୍ଘଟଣାରୁ ସମସ୍ତ ଯାତ୍ରୀ ଓ ବିମାନ କର୍ମଚାରୀମାନେ ଅଳ୍ପକେ ରକ୍ଷା ପାଇଥିବା କୁହାଯାଉଛି । ପ୍ରାପ୍ତ ସୂଚନା ଅନୁଯାୟୀ ନାଗପୁରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ଇଣ୍ଡିଗୋ ଏୟାର ଲାଇନ୍ସର ୬E ୬୩୬ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ଏହା ଫଳରେ ଏହାକୁ ରନୱେରେ ଅଟକାଯାଇଥିଲା ବୋଲି ଖବର ମିଳିଛି । ଏହି ବିମାନରେ ବହୁ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଅନ୍ୟତମ । ସେ ନାଗପୁରରୁ ନୂଆଦିଲ୍ଲୀ ଆସୁଥିବାର ଜଣାପଡ଼ିଛି ।

flight

courtesy: www.livemint.com

ସୂଚନାନୁଯାୟୀ, ଇଣ୍ଡିଗୋ ଏୟାର ଲାଇନ୍ସର ୬E ୬୩୬ ବିମାନ ଉଡାଣ ପାଇଁ ପ୍ରସ୍ତୁତ ଥିଲା । ଏହା ଉଡାଣ ଭରିବାକୁ ରନୱେ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା । ଏହାପରେ ପାଇଲଟ ବିମାନରେ କିଛି ଯାନ୍ତ୍ରିକ ତ୍ରୁଟି ଥିବା ଜାଣିପାରିଥିଲେ । ତାପରେ ସେ କାଳ ବିଳମ୍ବ ନ କରି ବିମାନକୁ ଟ୍ୟାକ୍ସିୱେରେ ଫେରାଇ ଆଣିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top