ନ୍ୟୁଜ୍

ଦୁଷ୍କର୍ମକାରୀକୁ ପୁଣି ଫାଶୀ ଦଣ୍ଡାଦେଶ

court

କଟକ: କଟକ ସ୍ପେଶାଲ ପୋକ୍ସୋ କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଶୁଣାଣୀ । କଟକ ସାଲେପୁରରେ ଗତ ବର୍ଷ ହୋଇଥିବା ବହୁ ଚର୍ଚ୍ଚିତ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ମହମ୍ମଦ ମୁସ୍ତାକକୁ ଫାଶୀ ଦଣ୍ଡାଦେଶ ଦିଆଯାଇଛି। ଗତବର୍ଷ ଏପ୍ରିଲ ୨୧ ତାରିଖରେ ସାଲେପୁର ଥାନା ଅଞ୍ଚଳର ଏକ ଗାଁରେ ଏହି ଘଟଣା ଘଟିଥିଲା । ଭାଇ ସହ ଖେଳୁଥିବା ଜଣେ ୬ ବର୍ଷର ନାବାଳିକାକୁ ଚକୋଲେଟର ପ୍ରଲୋଭନ ଦେଖାଇ ମୁସ୍ତାକ ନେଇ ଯାଇଥିଲା । ଏହାପରେ ସ୍କୁଲ୍‌ ବାରଣ୍ଡାରେ ଦୁଷ୍କର୍ମ କରିଥିଲା । ଏହି ସମୟରେ ନାବାଳିକାଟି ଚିତ୍କାର କରିବାରୁ ସ୍କୁଲ କାନ୍ଥରେ ତା’ ମୁଣ୍ଡକୁ ପିଟି ଦେଇଥିଲା ଅଭିଯୁକ୍ତ ।

ସଙ୍କଟାପନ୍ନ ଅବସ୍ଥାରେ ନାବାଳିକାକୁ ପରିବାର ଲୋକେ ଏସସିବିରେ ଭର୍ତ୍ତି କରିଥିଲେ । ସେଠାରେ ଦୀର୍ଘ ଦିନ ମୃତ୍ୟୁ ସହ ସଂଗ୍ରାମ କରି ଆଖି ବୁଜିଦେଇଥିଲା ପୀଡ଼ିତା । ସେହିଦିନ ରାତିରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିଲା । ଏହି ମାମଲାର ବିଚାର କରି ଘଟଣାର ୧୯ ଦିନ ମଧ୍ୟରେ ଚାର୍ଜସିଟ ଦାଖଲ କରିଥିଲା ପୋଲିସ । ଶେଷରେ ୪୬ ଜଣ ସାକ୍ଷୀଙ୍କ ବୟାନ ନେବା ପରେ ଆଜି ଅଭିଯୁକ୍ତ ମହମ୍ମଦ ମୁସ୍ତାକକୁ ଫାଶି ଦଣ୍ଡାଦେଶ ଶୁଣାଇଛନ୍ତି କଟକ ସ୍ପେଶାଲ ପୋକ୍ସୋ କୋର୍ଟ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top