ଟେକ୍ନୋଲୋଜି

ଆଜି ହେବ କଲାମ ଦ୍ୱୀପରୁ ଅଗ୍ନି-୩ର ପରୀକ୍ଷଣ

agni-3

ଅର୍ଗସ ବ୍ୟୁରୋ: ଆଜି ଭଦ୍ରକ ଜିଲ୍ଲାର ଅବଦୁଲ କଲାମ ଦ୍ବୀପ ଅନ୍ତର୍ଗତ ୪ ନମ୍ବର ଲଞ୍ଚପ୍ୟାଡରୁ ଅଗ୍ନି-୩ କ୍ଷେପଣାସ୍ତ୍ରର ବ୍ୟାବହାରିକ ପରୀକ୍ଷଣ କରାଯିବ। ଏଥିପାଇଁ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା (ଡିଆରଡିଓ) ଏବଂ ଭାରତୀୟ ସେନାର ଷ୍ଟ୍ରାଟେଜିକ ଫୋର୍ସ କମାଣ୍ତ ପକ୍ଷରୁ ଚୂଡ଼ାନ୍ତ ପ୍ରସ୍ତୁତି ହୋଇସାରିଛି। ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଅଗ୍ନି-୩ ଏକ ଇଣ୍ଟରମିଡିଏଟ ବାଲାଷ୍ଟିକ କ୍ଷେପଣାସ୍ତ୍ର।

ଏହାର ଲମ୍ବ ୧୭ ମିଟର, ମୋଟେଇ ୨ ମିଟର ଓ ଓଜନ ୨୨ ହଜାର କିଲୋଗ୍ରାମ। ୨ ହଜାରରୁ ୨୫ ଶହ କିଲୋଗ୍ରାମ ପର୍ଯ୍ୟନ୍ତ ପାରମ୍ପରିକ ଏବଂ ଆଣବିକ ଯୁଦ୍ଧାସ୍ତ୍ର ବହନ କରିପାରିବାର କ୍ଷମତା ରଖିଛି ଅଗ୍ନି-୩। ସେକେଣ୍ତ ପିଛା ଏହାର ବେଗ ୬ କିଲୋମିଟର ଗତି କରିବ। ଏହି କ୍ଷେପଣାସ୍ତ୍ରକୁ ଯେ କୌଣସି ରେଳ ମୋବାଇଲ ଲଞ୍ଚରରୁ ମଧ୍ୟ ଉତକ୍ଷେପଣ କରାଯାଇପାରିବ । ଶତ୍ରୁପକ୍ଷର ୩୫ ଶହ କିଲୋମିଟରରୁ ୫ ହଜାର କିଲୋମିଟର ମଧ୍ୟରେ ଏହା ବ୍ୟାପକ ଧ୍ୱଂସବିଧ୍ୱସ୍ତ କରିବାର କ୍ଷମତା ରଖିଛି । ପୂର୍ବରୁ ୨୦୧୫ ଏପ୍ରିଲ ୧୬ ତାରିଖ ଏବଂ ଶେଷଥର ପାଇଁ ୨୦୧୭ ଏପ୍ରିଲ ୨୭ ତାରିଖରେ ଏହାର ପରୀକ୍ଷଣ କରାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top