X
Breaking News
ନ୍ୟୁଜ୍

ଲଗାଣ ବର୍ଷା ଯୋଗୁଁ ଚାଷ ଜମିରେ ମାଡିଲା ପାଣି; ସରକାରୀ ସହାୟତା ଦାବୀ କଲେ ଚାଷୀ

crop destroyed

ବଲାଙ୍ଗୀର: ଲଗାଣ ବର୍ଷାରେ ବେହାଲ୍ ବଲାଙ୍ଗୀର ଜିଲ୍ଲା । ଗତ 11 ତାରିଖରୁ 14 ତାରିଖ ପର୍ଯ୍ୟନ୍ତ ପାଟଣାଗଡ଼ ଉପଖଣ୍ଡର ତିନୋଟି ବ୍ଲକରେ ଲଗାଣ ବର୍ଷା ହେବା ପରେ ଚାଷୀମାନଙ୍କ ମୁଣ୍ଡ ଉପରେ ଯେପରି ବୋଝ ବଢିଯାଇଛି ।  କାରଣ  ପାଟଣାଗଡ଼ ବ୍ଲକରେ ସର୍ବମୋଟ 209 ମି.ମି ବେଳପଡ଼ା ବ୍ଲକରେ 215 ମି.ମି ଓ ଖପ୍ରାଖୋଲ ବ୍ଲକରେ 217 ମି.ମି ବର୍ଷା ହେବା ଫଳରେ ଚାଷ ଜମିରେ ପାଣି ମାଡିଯିବାରୁ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।

crop destroyed

ଏହି ପାଣି ମାଡିଯିବାରୁ ସବୁ ଧାନ ଗଛ ଉପରେ ବାଲି ଭର୍ତି ହୋଇ ଫସଲ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି । ଏନେଇ ଚିନ୍ତାରେ ଚାଷୀକୁଳ । ଏ ସମ୍ପର୍କରେ ଜିଲ୍ଲା କୃଷି ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ପାଟଣାଗଡ଼ ଉପଖଣ୍ଡର ତିନୋଟି ବ୍ଲକରେ ସର୍ବମୋଟ 34ହଜାର 58 ହେକ୍ଟର ଚାଷଜମି କ୍ଷୟକ୍ଷତି ହୋଇଛି ବୋଲି ସ୍ୱୀକାର କରିଛନ୍ତି  । ତେଣୁ ରାଜ୍ୟ ସରକାର ଯଥା ଶୀଘ୍ର କ୍ଷୟକ୍ଷତି ଆକଳନ କରି ଚାଷୀମାନଙ୍କୁ ଆର୍ଥିକ ସାହାଯ୍ୟ ପ୍ରଦାନ କରିବାକୁ ନିବେଦନ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top