ଜୀବନ ମନ୍ତ୍ର

AIIMS ସର୍ବ ଭାରତୀୟ ପିଜି ପ୍ରବେଶିକା ପରୀକ୍ଷାରେ ଭୁବନେଶ୍ୱର ଏମ୍ସର ବାଜିମାତ

ଭୁବନେଶ୍ୱର: ଏମ୍ସ ସର୍ବ ଭାରତୀୟ ପିଜି ପ୍ରବେଶିକା ପରୀକ୍ଷାରେ ଭୁବନେଶ୍ୱର ଏମ୍ସର ବାଜିମାତ । ଭୁବନେଶ୍ୱର ଏମ୍ସର ଏମବିବିଏସ ଛାତ୍ରୀ ଡାକ୍ତର ବିନିତା କେ ଟପ୍ପର ହୋଇଛନ୍ତି । ଶତପ୍ରତିଶତ ନମ୍ବର ରଖି ଟପ୍‌ କରିଛନ୍ତି ବିନିତା ।

ଜୁନ୍ ୧୧ରେ ଅନଲାଇନ ଜରିଆରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଭୁବନେଶ୍ୱର ଏମ୍ସର ୬ ଜଣ ଛାତ୍ରଛାତ୍ରୀ ଟପ୍ ୧୦୦ ରେ ସ୍ଥାନ ପାଇଥିବା ବେଳେ ମୋଟ ୭୪ ଜଣଙ୍କୁ ରାଙ୍କ ମିଳିଛି । ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶିକା ଗୀତାଞ୍ଜଳି ବତମାନବନେ ଟପ୍ପରଙ୍କ ସମେତ ଅନ୍ୟ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ଓ ଫାକଲ୍ଟି ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଜୁନ ୧୧ରେ ଅନୁଷ୍ଠିତ ହୋଇଥିବା ଏହି ପ୍ରବେଶିକା ପରୀକ୍ଷାରେ ସବୁ ଏମ୍ସ ଇନଷ୍ଟିଚ୍ୟୁଟର‌ ୨୯ ଜଣ ଛାତ୍ରଛାତ୍ରୀ ଟପ୍ ୧୦୦ ରେ ସ୍ଥାନ ପାଇଛନ୍ତି । ମୋଟ ୪୩୩୫ ଛାତ୍ରଛାତ୍ରୀଙ୍କୁ ରାଙ୍କ ମିଳିଥିବା ବେଳେ ଭୁବନେଶ୍ୱର ଏମ୍ସର ୭୪ ଜଣଙ୍କୁ ରାଙ୍କ ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top