ଦେଶ

ଭାରତୀୟ ବାୟୁସେନାକୁ ପ୍ରାପ୍ତ ହେଲା ପ୍ରଥମ ଲଡାକୁ ବିମାନ

Rafel

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାକୁ ଫ୍ରାନ୍ସ ଠାରୁ ମିଳିଛି ପ୍ରଥମ ଲଡାକୁ ବିମାନ ।  ଭାରତୀୟୁ ବାୟୁସେନାକୁ ପ୍ରଥମ ରାଫେଲ୍ ଫାଇଟର ଜେଟ୍ ଫ୍ରାନ୍ସ ହସ୍ତାନ୍ତର କରିଛି। ଏୟାର ମାର୍ଶାଲ ବିଆର ଚୌଧୁରୀଙ୍କ ନେତୃତ୍ୱ ବାଲା ଟିମ୍‌ କୁ ଏହି ଆରବି ୦୧  ଟେଲ୍‌ ନମ୍ବରର ରାଫେଲ ପ୍ରାପ୍ତ ହୋଇଛି ।  ଚୌଧୁରୀ  ନିଜେ ପାଖାପାଖି ୧ ଘଣ୍ଟା ବିମାନ ଉଡ଼ାଇଛନ୍ତି ଏହି ବିମାନକୁ । ଭାରତୀୟ ବାୟୁସେନାର ସୂଚନା ମୁତାବିକ୍ ଗୁରୁବାର ଫ୍ରାନ୍ସ ଏହି ବିମାନ ହସ୍ତାନ୍ତର କରିଛି । ଏହି ରାଫେଲ୍ ବିମାନର ନମ୍ୱର ଆରବି -୦୧ ରହିଛି ।

ଭାରତ ଏବଂ ଫ୍ରନ୍ସ ମଧ୍ୟରେ 60 ହଜାର କୋଟି ଟଙ୍କାର ବଦଳରେ ଏହି ରାଫେଲ ପ୍ରାପ୍ତ ହୋଇଛି ।  ଏହି ବିମାନ ପାଖାପାଖି 7 ମାସ ଫ୍ରାନ୍ସ ରେ ରହିବ  । ଏହା ପରେ ଏହାର ଟ୍ରାୟଲ କରାଯିବ ।  ପରେ ଭାରତ ଅଣାଯିବ ।  ବିମାନ ଆରବୀ ୦୧ ନାମ ଅର୍ଥ ପୁର୍ବ  ବାୟୁସେନାଧ୍ୟକ୍ଷ ଏୟାର ଚିଫ୍‌ ମାର୍ଶାଲ ଆରକେଏସ୍‌ ଭଦୋରିଆ ଙ୍କ ନାମରେ ଅଛି ।  ସେ ପୂର୍ବରୁ ରାଫେଲ୍ ବିମାନ ଉଡ଼ାଇ ସାରିଛନ୍ତି । ରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଫ୍ରନ୍ସ ଗସ୍ତ ସମୟରେ ଅକ୍ଟୋବର8ରେ ଏହି ବିମାନ ବାୟୁସେନାରେ ସାମିଲ୍‌ ହୋଇସାରିଥିବ ।

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top