ଦେଶ

ପାଇଲଟ କୋରୋନା ପଜେଟିଭ୍ ଚିହ୍ନଟ ହେବା ପରେ ଦିଲ୍ଲୀ-ମସ୍କୋ ବିମାନ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଲା ଏୟାର ଇଣ୍ଡିଆ

ଅର୍ଗସ ବ୍ୟୁରୋ : ଜଣେ ପାଇଲଟ କୋରୋନା ପଜେଟିଭ୍ ଚିହ୍ନଟ ହେବା ପରେ ଏୟାର ଇଣ୍ଡିଆ ଦିଲ୍ଲୀରୁ ମସ୍କୋ ପାଇଁ ବାହାରି ଥିବା ବିମାନ ଆଜି ସକାଳେ ଅଧା ରାସ୍ତାରୁ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦେଇଛି। ଏ ନେଇ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଏ320 ବିମାନରେ କୌଣସି ଯାତ୍ରୀ ନଥିଲେ। ଏହି ବିମାନ ବନ୍ଦେ ଭାରତ ମିଶନରେ ମସ୍କୋରୁ ଭାରତୀୟଙ୍କୁ ଆଣିବାକୁ ଯାଉଥିଲା। ଏହି ସମୟରେ ପଇଲଟ କୋରୋନା ପଜେଟିଭ୍ ହୋଇଥିବା ଜଣା ପଡ଼ିଥିଲା। ଫଳରେ ତୁରନ୍ତ ବିମାନ ପ୍ରତ୍ୟାବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦିଆଗଲା। ତେବେ ବିମାନ ଭିତରେ କେବଳ କ୍ରୁ ସଦସ୍ୟ ଉପସ୍ଥିତ ଥିଲେ।

ଏ ନେଇ ଜଣେ ଅଧିକାରୀ କହିଛନ୍ତି ଯେ, ଶନିବାର ଦ୍ଵିପ୍ରହର 12ଟା 30ରେ ବିମାନକୁ ପ୍ରତ୍ୟାବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦିଆଗଲା। ଏହି ବିମାନରେ ଉପସ୍ଥିତ ଥିବା କ୍ରୁ ସଦସ୍ୟଙ୍କୁ କ୍ଵାରେଣ୍ଟାଇନରେ ରଖାଯାଇଛି। ମସ୍କୋରୁ ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଏୟାର ଇଣ୍ଡିଆର ଆଉ ଏକ ବିମାନ ମସ୍କୋ ପଠାଯାଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top