ଦେଶ

ସୁସ୍ଥ ହେଲେ ଐଶ୍ୱର୍ଯ୍ୟା ଓ ଆରାଧ୍ୟା: ଟ୍ୱିଟ୍‌ କରି ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଲେ ଅଭିଷେକ

aishwarya

ମୁମ୍ବାଇ: କରୋନାରୁ ସୁସ୍ଥ ହେଲେ ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ତାଙ୍କ ଝିଅ ଆରାଧ୍ୟା । ଉଭୟଙ୍କୁ ନାନାବତୀ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ତେବେ ଐଶ୍ୱର୍ଯ୍ୟା ଓ ଆରାଧ୍ୟା ପିପିଇ କିଟ୍‌ ପିନ୍ଧି କାରରେ ବସୁଥିବା ଦେଖିବାକୁ ମିଳିଥିବା ନେଇ ଜାତୀୟ ଗଣମାଧ୍ୟରେ ଖବର ପ୍ରକାଶ ପାଇଛି ।

ସେମାନେ ବାସଭବନକୁ ଫେରିବା ପରେ ହୋମ କ୍ୱାରେଣ୍ଟାଇନ୍‌ରେ ରହିବେ । ଏନେଇ ଅଭିଷେକ ବଚ୍ଚନ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । ଏନେଇ ଦେଶବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଆପଣମାନଙ୍କ ପ୍ରାର୍ଥନା ପାଇଁ ଏହା ସମ୍ଭବ ହୋଇଛି ବୋଲି ଲେଖିଛନ୍ତି ଅଭିଷେକ ।

ପ୍ରଥମେ ଅମିତାଭ ବଚ୍ଚନ ଓ ପୁଅ ଅଭିଷେକ ବଚ୍ଚନ ପଜିଟିଭ୍‌ ଚିହ୍ନଟ ହେବା ପରେ ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏବେ ବି ସେମାନଙ୍କ ଚିକିତ୍ସା ଚାଲିଛି । ବାପା ଓ ପୁଅ ପଜିଟିଭ୍‌ ବାହାରିବାର ଗୋଟିଏ ଦିନ ପରେ ଐଶ୍ୱର୍ଯ୍ୟା ଓ ଆରାଧ୍ୟା ପଜିଟିଭ୍‌ ଚିହ୍ନଟ ହେବା ସହ ହୋମ କ୍ୱାରେଣ୍ଟାଇନ୍‌ରେ ଥିଲେ । ପରେ ସେମାନଙ୍କୁ ନାନାବତୀ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top