ଦେଶ

ଯୋଗୀ ସରକାରଙ୍କ ବଡ଼ ନିଷ୍ପତ୍ତି, ଟ୍ୟାକ୍ସ ଫ୍ରି ହେଲା ଅଜୟଙ୍କ ତାନାଜୀ

film tanaji

ନୂଆବର୍ଷ: ଉତ୍ତର ପ୍ରଦେଶରେ ଫିଲ୍ମ ତାନାଜୀ ହେଲା ଟ୍ୟାକ୍ସ ଫ୍ରି । ଏହା ଘୋଷଣା କରିଛନ୍ତି  ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । 10 ଜାନୁଆରୀରେ ରିଲିଜ୍‌ ହୋଇଛି ଆକ୍ସନ ହୀରୋ ଅଜୟ ଦେବଗନଙ୍କ ଫିଲ୍ମ ତାନାଜୀ । ତେବେ ଅଜୟ ଦେବଗନଙ୍କ ଫିଲ୍ମ ସହ ଦିପୀକାଙ୍କ ଫିଲ୍ମ ଛପାକ୍‌ ମଧ୍ୟ  ଏକା ସାଙ୍ଗେ ରିଲିଜ୍‌ ହୋଇଥିଲା । ତେବେ ଛପାକ୍‌କୁ ତିନୋଟି, (ମଧ୍ୟ ପ୍ରଦେଶ, ଛତିଶଗଡ ଓ ରାଜସ୍ଥାନ) ରାଜ୍ୟରେ ଟ୍ୟାକ୍ସ ଫ୍ରି କରାଯାଇଥିଲା । ବର୍ତ୍ତମାନ ଫିଲ୍ମ ତାନାଜୀକୁ ମଧ୍ୟ ଏହିସବୁ ରାଜ୍ୟରେ ଟ୍ୟାକ୍ସ ଫ୍ରି ପାଇଁ ଦାବି କରାଯାଉଛି ।

ଏବେ ଯୁପିରେ ତାନାଜୀକୁ ଟ୍ୟାକ୍ସ ଫ୍ରି ପାଇଁ ଘୋଷଣା କରିଛନ୍ତି ଯୋଗୀ ସରକାର । ଯୁପିରେ ତାନାଜୀର ଟ୍ୟାକ୍ସ ଫ୍ରି ଘୋଷଣା ଏହି ଫିଲ୍ମିର କଲେକ୍‌ସନ ଉପରେ ବଡ଼ ପ୍ରଭାବ ପକାଇପାରେ ବୋଲି ଆଶଙ୍କା କରାଯାଉଛି । ତେବେ ଏପର୍ଯ୍ୟନ୍ତ ପାଖାପାଖି 61.75 କୋଟି ଟଙ୍କାର ବିଜନେସ୍‌ କରିସାରିଛି ଫିଲ୍ମ ତାନାଜୀ । ତେବେ କୁହାଯାଉଛି ଯେ, ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ଏହି ଫିଲ୍ମ 100 କୋଟି କ୍ଲବ୍‌ରେ ସାମିଲ ହୋଇଯିବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top