ଜୀବନ ମନ୍ତ୍ର

ଅାଲିୟାଙ୍କ ବଦାନ୍ୟତା, କିଭଳି ୪୦ଟି ପରିବାରକୁ ବିଜୁଳି ଯୋଗାଇଲେ ଅାସନ୍ତୁ ଜାଣିବା

alia-bhatt

ମୁମ୍ବାଇ: ବଲିଉଡର ଅଭିନେତା ବା ଅଭିନେତ୍ରୀମାନେ କେବଳ ଯେ ସେମାନଙ୍କ ଅଭିନୟ ଦ୍ୱାରା ଦର୍ଶକଙ୍କ ମନ ଜିତି ପାରିଛନ୍ତି ତାହା ନୁହେଁ, ବରଂ ଅନେକ ସମୟରେ ସେମାନେ ଲୋକହିତକର କାର୍ଯ୍ୟପାଇଁ ଆଦର୍ଶରେ ଗଣାହୋଇଥାନ୍ତି । ସାଧାରଣତଃ ଆମମାନଙ୍କ ମନରେ ଥାଏ ସିନେ ତାରକାମାନେ କେବଳ ନିଜ ଜୀବନଶୈଳୀକୁ କିଭଳି  ବିଳାସପୂର୍ଣ୍ଣ ଭାବରେ କଟାଇବେ ସେ ଦିଗରେ ଅଧିକ ଦୃଷ୍ଟି ଦିଅନ୍ତି, କିନ୍ତୁ କେତେଜଣ ତାରକା ଅଛନ୍ତି,ଯେଉଁମାନେ ଅନ୍ୟପାଇଁ ସହଯୋଗର ହାତ ବଢାଇଥାନ୍ତି । ନିକଟରେ ବଲିଉଡର ଜଣେ ଚୁଲବୁଲି ନାୟିକା ଆଦର୍ଶର କାମ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ।

AliaBhatt

courtesy: http://legendnews.in

ଆଜ୍ଞା ହଁ, ଆମେ କହୁଛୁ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ସମ୍ପର୍କରେ । ଖୁବ୍ କମ୍ ଲୋକେ ଜାଣନ୍ତି ଆଲିୟା ତାଙ୍କ ଆୟରୁ ୧୫ଜଣ ଅସହାୟ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନରେ ସହାୟତା କରୁଛନ୍ତି । ଏପରିକି ତାଙ୍କ ଘରେ କାମ କରୁଥିବା ଜଣେ ମହିଳାଙ୍କ ପୁଅର ଇଞ୍ଜିନିୟରିଂ ପାଠପଢାର ସମସ୍ତ ଖର୍ଚ୍ଚ ଆଲିୟା ହିଁ ତୁଲାଉଛନ୍ତି ।
କିଛି ମାସ ପୂର୍ବେ ଆଲିଆ ତାଙ୍କ ଡ୍ରେସ୍ ଥାକରେ ଥିବା ୨୦୦ରୁ ଅଧିକ ପୋଷାକକୁ ନିଲାମ କରିଥିଲେ । ପୁରୁଣା ହୋଇଥିବାରୁ ଫେସନ୍ ଅନୁଯାୟୀ ସେ ସବୁକୁ ପିନ୍ଧୁ ପାରୁ ନଥିଲେ ଆଳିୟା, ନିଲାମ ହୋଇଥିବା ଏହ ପୋଷାକର ମୂଲ୍ୟ ଥିଲା ୪୫ ଲକ୍ଷ, ଯାହାକୁ ସେ ଗରିବଙ୍କୁ ସହାୟତ ପାଇଁ ବ୍ୟବହାର କରିଥିଲେ ।

Alia-Bhatt-Helps-Light-Up-40-Houses-In-Karnataka-With-Solar-Energy

courtesy: timesofindia.indiatimes.com

ଆଲିୟାଙ୍କର ଏହି ନିଲାମ ପୋଷାକର ଟଙ୍କାରେ କର୍ଣ୍ଣାଟକର ମଣ୍ଡେୟା ଜିଲ୍ଲାର କିକେରୀ ଗ୍ରାମର ୪୦ଟି ପରିବାରକୁ ବିଜୁଳି ସୁବିଧା ଯୋଗାଇ ଦିଆଯାଇଛିି । ଆଲିୟାଙ୍କ ଏହି ପଦକ୍ଷେପ ପାଇଁ ବିଭିନ୍ନ ମହଲରୁ ପ୍ରଶଂସିତ କରାଯାଉଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top