ନ୍ୟୁଜ୍

ଆଜିଠୁ ୪ ଦିନ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ

Bank Close

ଭୁବନେଶ୍ୱର: ଆଜିଠାରୁ ୪ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ଓଡ଼ିଶାର ସମସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ । ରାଜ୍ୟରେ ସରସ୍ୱତୀ ପୂଜା ପାଇଁ ଆଜି ବ୍ୟାଙ୍କ ଛୁଟି ଥିବାବେଳେ ଅନ୍ୟ ରାଜ୍ୟରେ ଆଜି ବ୍ୟାଙ୍କ ଖୋଲା ରହିବ ।

 ଜାନୁଆରୀ ୩୧ ଓ ଫେବୃଆରୀ ୧ ଦୁଇ ଦିନିଆ ବନ୍ଦ ଡାକରା ଦେଇଛି ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ । ଫେବ୍ରୁଆରୀ ୨ତାରିଖରେ ରବିବାର ଥିବାରୁ ସ୍ୱାଭାବିକ ଭାବରେ ବ୍ୟାଙ୍କ ବନ୍ଦ ରହିବ । ଯାହା ଫଳରେ ଲଗାତାର ୪ଦିନ ଧରି ବ୍ୟାଙ୍କ ସେବା ବନ୍ଦ ରହିବ ।

ବ୍ୟାଙ୍କ ୟୁନିଅନଗୁଡ଼ିକ ୨୦୧୭ ମସିହାରୁ ଦରମା ବୃଦ୍ଧି ପାଇଁ ଦାବି କରି ଆସୁଥିଲେ  ହେଁ ସରକାରୀ ସ୍ତରରେ ଏହାକୁ ଗୁରୁତର ସହ ନିଆଯାଉ ନାହିଁ, ତେଣୁ ଦୁଇଦିନ ବନ୍ଦ ଡ଼ାକରା ଦେଇଛି ବ୍ୟାଙ୍କ ୟୁନିଅନ ।

ଆଗାମୀ ଚାରି ଦିନ ପାଇଁ ବ୍ୟାଙ୍କ ବନ୍ଦ ଥିବା ଯୋଗୁଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବେ । ବ୍ୟାଙ୍କ ବନ୍ଦ ରହିବା ଯୋଗୁଁ ଏଟିଏମ୍‌ରେ ଟଙ୍କା ଉଠାଣ ଉପରେ ବି ପ୍ରଭାବ ପଡ଼ିପାରେ ବୋଲି କୁହାଯାଉଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top