X
Breaking News
ନ୍ୟୁଜ୍

ଉଭୟ ବିଧାନସଭା-ଲୋକସଭାରେ ବିଜେପି ଭଲ କରିବ: ବୈଜୟନ୍ତ

Baijayanta Panda

ଭୁବନେଶ୍ୱର: ଏକ୍ଜିଟ୍‌ ପୋଲ୍‌ ଉପରେ ବୈଜୟନ୍ତ ପଣ୍ଡାଙ୍କ ବିଶ୍ୱାସ ରହିଛି । ସବୁବେଳେ ଏକ୍ଜିଟ ପୋଲ୍‌ ଭୁଲ୍‌ ହୋଇନଥାଏ । ସବୁ ଏକ୍ଜିଟ୍‌ ପୋଲ୍‌ ରିପୋର୍ଟରେ ବିଜେପି ବା ଏନ୍‌ଡିଏ ବହୁମତ ପାଇ ସରକାର ଗଠନ କରୁଛି । ତେଣୁ ଏହା ସତରେ ପ୍ରମାଣିତ ହେବାର ଅଧିକାଂଶ ସମ୍ଭାବନା ରହିଛି ।

ଏହା ସହ ରାଜ୍ୟରେ ବିଜେପି ବହୁତ ଭଲ ପ୍ରଦର୍ଶନ କରିବ ବୋଲି ମଧ୍ୟ ସବୁ ଏକ୍ଜିଟ୍‌ ପୋଲ୍‌ ରିପୋର୍ଟରେ ପ୍ରକାଶ ପାଇଛି । ବୈଜୟନ୍ତ ଆଗରୁ ମଧ୍ୟ ଏହା ଆଶା ରଖିଥିଲେ ବୋଲି କହିଛନ୍ତି । ଓଡ଼ିଶାରେ ଏକମାତ୍ର ଦଳ ଭାବେ ବିଜେପିର ଆସନ ସଂଖ୍ୟା ବଢିଛି । ବିଧାନସଭା ଓ ଲୋକସଭା ଉଭୟରେ ବିଜେପି ବହୁତ ଭଲ ପ୍ରଦର୍ଶନ କରିବ ବୋଲି ଦୃଢୋକ୍ତି ରଖିଛନ୍ତି ବୈଜୟନ୍ତ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅନେକ ସର୍ଭେ ରପୋର୍ଟରେ ବିଜେପି ଆଗେଇଛି ତେଣୁ ନିଶ୍ଚିତ ଭାବେ ବିଜେପି ଭଲ କରିବ । 23 ତାରିଖରେ ଏହା ସ୍ପଷ୍ଟ ହେବ ।

କେନ୍ଦ୍ରାପଡ଼ରେ ବୈଜୟନ୍ତ ଜିତିବେ କି ନାହିଁ ପ୍ରଶ୍ନରେ ସେ କହିଛନ୍ତି, କେନ୍ଦ୍ରାପଡ଼ା ପାଇଁ ସେ ନୂଆ ମୁହଁ ନୁହେଁ । କେନ୍ଦ୍ରାପଡ଼ାବାସୀଙ୍କ ସୁଖ ଦୁଃଖରେ ସାଥି ହୋଇ ରହିଛନ୍ତି । କେନ୍ଦ୍ରାପଡ଼ାର ବିକାଶ ଦିଗରେ ସେ ଅନେକ କାର୍ଯ୍ୟ କରିଛନ୍ତି । ତେଣୁ କେନ୍ଦ୍ରାପଡ଼ାବାସୀଙ୍କର ତାଙ୍କ ଉପରେ ଯଥେଷ୍ଟ ଭରସା ରହିଛି ଓ ସେମାନଙ୍କ ଉପରେ ମଧ୍ୟ ବୈଜୟନ୍ତଙ୍କ ଯଥେଷ୍ଟ ଭରସା ରହିଥିବା କହିଛନ୍ତି ବୈଜୟନ୍ତ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top