ଦେଶ

ଏଣିକି ୬୦ ବର୍ଷରେ ଅବସର ନେବେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ୍ ବଳର ଯବାନ

CRPF,BSF

ନୂଆଦିଲ୍ଲୀ : କେନ୍ଦ୍ରୀୟ ସଶସ୍ତ୍ର ପୋଲିସ୍‌ ବଳର ଯବାନମାନଙ୍କ ପାଇଁ ଖୁସି ଖବର ।  ସୀଏପୀଏଫ୍‌ର ସମସ୍ତ କର୍ମୀ ଏଥର 57 ପରିବର୍ତ୍ତେ 60ରେ ନେବେ ଅବସର । ଏହି ଖବର ସରକାରୀ ସ୍ତରରେ ପ୍ରକାଶ ପାଇଛି । କେନ୍ଦ୍ରୀୟ ଗୃହ ମନ୍ତ୍ରଳାୟ ସବୁ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳର ଯବାନ ଏବେ ୬୦ ବର୍ଷ ବୟସରେ ଅବସର ନେବେ । ସୋମବାର ଜାରି କରାଯାଇଥିବା ସରକାରୀ ଆଦେଶରେ ଏହା ଘୋଷଣା କରାଯାଇଛି ।

କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ ଆଦେଶରେ କୁହାଯାଇଛି ଯେ ସେନାର ସବୁ କର୍ମଚାରୀ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ, ସୀମା ସୁରକ୍ଷା ବଳ, ଭାରତ-ତିବ୍ଦତ ସୀମା ପୋଲିସ, ସଶସ୍ତ୍ର ସୀମା ବଳ ଏବେ ୫୭ ବଦଳରେ ୬୦ ବର୍ଷ ବୟସରେ ଅବସର ନେବେ । ପ୍ରଥମେ କିଛି ପଦବୀ ପାଇଁ ଅଧିକାରୀ ତଥା କର୍ମୀଙ୍କ ବୟସ ସୀମା ୫୭ ବର୍ଷ ଥିଲା,  କିନ୍ତୁ ଏବେ ଏହା ବଢି ୬୦ ହୋଇଯାଇଛି ।

ବର୍ତ୍ତମାନର ନିୟମ ମୁତାବକ କେନ୍ଦ୍ରୀୟ ସୁରକ୍ଷା ବଳ ଏବଂ ଆସାମ ରାଇଫଲ୍ସ ଯବାନ ୬୦ ବର୍ଷ ବୟସରେ ସେବାରୁ ଅବସର ନେଉଛନ୍ତି । ସିଆରପିଏଫ୍ ,ବିଏସଏଫ୍ , ଆଇଟିବିପି ଏବଂ ଏସଏସବିରେ ବର୍ତ୍ତମାନ କନେଷ୍ଟବଳଠାରୁ ଆରମ୍ଭ କରି  କମାଣ୍ଡେଣ୍ଟ୍ ସ୍ତରର କର୍ମୀଙ୍କ ଅବସର ବୟସ ୫୭ ବର୍ଷ ରହିଛି । କିନ୍ତୁ ଉଚ୍ଚ ପଦର ଅଧିକାରୀଙ୍କ ଅବସର ବୟସସୀମା ୬୦ ବର୍ଷ ରହିଛି । ବର୍ତ୍ତମାନ ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ଆଦେଶକୁ ପାଳନ କରିବା ପାଇଁ ସବୁ ସୁରକ୍ଷା ବଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top