ନ୍ୟୁଜ୍

କୋରୋନା ସତର୍କତା : ବ୍ରହ୍ମପୁର ଓ ସମ୍ବଲପୁରରେ ସବୁ ସପିଂ ମଲ୍ ବନ୍ଦ, ଭଦ୍ରକରେ ଛୁଟି ବାତିଲ

ଅର୍ଗସ ବ୍ୟୁରୋ : ସାରା ବିଶ୍ଵରେ ଆତଙ୍କ ଖେଳାଇଥିବା କୋରୋନା ଏବେ ଭାରତରେ କାୟା ବିସ୍ତାର କରିବାକୁ ଲାଗିଛି। ଏହାକୁ ନେଇ ରାଜ୍ୟ ସରକାର ତତ୍ପରତା ଦେଖାଇଥିବା ବେଳେ କୋରୋନା ମୁକାବିଲା ପାଇଁ ରାଜ୍ୟରେ ବ୍ୟାପକ ପ୍ରସ୍ତୁତି ମଧ୍ୟ ଚାଲିଛି। ଏହାକୁ ନେଇ ଏବେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ଏବେ ବ୍ରହ୍ମପୁର ଓ ସମ୍ବଲପୁରର ସବୁ ସପିଂ ମଲ୍, ଶୋ ରୁମ୍ ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ଓ BeMC କମିଶନର।

ଆସନ୍ତା ୩୧ ପର୍ଯ୍ୟନ୍ତ ସମ୍ବଲପୁର ଏବଂ ବ୍ରହ୍ମପୁରରେ ସମସ୍ତ ସପିଂ ମଲ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବ୍ରହ୍ମପୁରର ଅନ୍ନପୂର୍ଣ୍ଣା ମାର୍କେଟ ଓ ମୟୂରୀ ଟାୱାର ଅଞ୍ଚଳରେ ବୁଲି ଖୋଦ୍ ଜିଲ୍ଲାପାଳ ବନ୍ଦ କରିଛନ୍ତି।

ସେପଟେ କୋରୋନା ପାଇଁ ଭଦ୍ରକ ଜିଲ୍ଲାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଛୁଟି ବାତିଲ ନେଇ ଟ୍ଵିଟ୍ କରି ସୂଚନା ଦେଲେ ଜିଲ୍ଲାପାଳ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top