ଜୀବନ ମନ୍ତ୍ର

ସରକାରୀ ସ୍କୁଲରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ସବୁ ପିଲା ପାସ୍‌

ଭୁବନେଶ୍ୱର: କରୋନା ପାଇଁ ସବୁ ହଲଚଲ । ଶିକ୍ଷାବ୍ୟବସ୍ଥାକୁ ନେଇ ପୁଣି ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।  ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସବୁ ପିଲା ପାସ୍ । କରୋନା ସ୍ଥିତିକୁ ନେଇ ପିଲାଙ୍କୁ ପାସ୍ କରିବା ନେଇ ଘୋଷଣା କରାଯାଇଛି । ଏନେଇ ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି ।

ସବୁ ଅଭିଭାବକଙ୍କୁ ଏସମ୍ପର୍କରେ ଜଣାଇବାକୁ ସ୍କୁଲକୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ହୋଇଥିବା ପରୀକ୍ଷା ଫଳ ଭିତ୍ତିରେ ନବମ ଶ୍ରେଣି ପିଲା ପାସ୍ ହେବେ । ଯେଉଁ ବିଷୟରେ ପରୀକ୍ଷା ହୋଇନି, ସେଗୁଡିକର ଷାଣ୍ମାସିକ ନମ୍ବର ହିସାବ କରାଯିବ ।

ତେବେ ପୂର୍ବରୁ ରାଜ୍ୟରେ ଥିବା ସମସ୍ତ ବିଦ୍ୟାଳୟରେ ପାଠପଢୁଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସମସ୍ତ ଛାତ୍ରଛାତ୍ରୀଙ୍କୁ ପାସ୍ କରିଦିଆଯିବ ବୋଲି ସୂଚନା ଦେଇଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top