ନ୍ୟୁଜ୍

ଫେରିବ ବର୍ଷା, ୩ ତାରିଖଠୁ କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

weather

ଭୁବନେଶ୍ୱର:  ରାଜ୍ୟରେ ପୁଣି ଫେରିବ ବର୍ଷା । ୩ ତାରିଖଠୁ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଏହାସହ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ସାରା ରାଜ୍ୟର କିଛି ଜାଗାରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । 3 ତାରିଖଠାରୁ ହେବାକୁ ଥିବା ବର୍ଷା ନବରଙ୍ଗପୁର, ନୂଆପଡ଼ା, ବରଗଡ଼ ଓ ସୁନ୍ଦରଗଡ଼  ଜିଲ୍ଲାଗୁଡ଼ିକରେ ହେବ ବୋଲି ସୂଚନା ମିଳିଛି ।  ଏହାସହ କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହେବ।

ସେପଟେ ରାଜ୍ୟରେ ଗତ କିଛି ଦିନ ଧରି ଲଗାଣ ବର୍ଷା ହୋଇଥିଲା । ଯାହାର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ମଧ୍ୟ ହୋଇଥିଲେ । କିନ୍ତୁ ବର୍ତ୍ତମାନ ବର୍ଷାର ପରିମାଣ କମିଥିବାରୁ ଏହା ପୁଣି ଥରେ ପେରିବ ବୋଲି ସୂଚନା ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top