ନ୍ୟୁଜ୍

ମହିଳା ଥାନାରେ ହାଜର ହେଲେ ଆୟୁଷ ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡଙ୍ଗୀ

case

ଭୁବନେଶ୍ୱର:  ମହିଳା ଥାନାରେ ହାଜର ହେଲେ ଆୟୁଷ ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡଙ୍ଗୀ । ଥାନାରେ ହାଜର ହେବାକୁ ମହିଳା ଥାନା ପକ୍ଷରୁ ହୋଇଥିଲା ନୋଟିସ । ସୂଚନାନୁସାରେ, ନିଜ ଅଫିସର ଜଣେ ମହିଳା କର୍ମଚାରୀଙ୍କୁ ପଠାଉଥିଲେ ଅଶ୍ଳୀଳ ମେସେଜ, ଅଶ୍ଲୀଳ ଭିଡ଼ିଓ । ଏହାସହ  ପ୍ରେମ ନିବେଦନ କରୁଥିବା ଅଭିଯୋଗ ହୋଇଥିଲା । ପୂର୍ବରୁ ଅଭିଯୋକାରିଣୀ ଯୁବତୀଙ୍କ ବୟାନ ରେକର୍ଡ କରିଛି ପୋଲିସ ।

ସୂଚନା ଅନୁଯାୟୀ, ସମ୍ପୃକ୍ତ ଅଧିକାରୀ ଏକପାଖିଆ ଭଲ ପାଇ ଜଣେ ଅଧସ୍ଥନ ମହିଳା କର୍ମଚାରୀଙ୍କୁ ଦେଉଥିଲେ ମାନସିକ ନିର‌୍ୟାତନା। ଅଧିକାରୀ ଜଣକ ଅଶ୍ଳୀଳ ଭିଡିଓ, ଫୋନ୍, ମେସେଜ ପଠାଉଥିଲେ। ଯୁବତୀ ଜଣକ ତାଙ୍କୁ ବାରଣ ସତ୍ତ୍ୱେ ତାଙ୍କ ସହ ସମ୍ପର୍କ ରଖିବାକୁ ସେ ବାଧ୍ୟ କରୁଥିଲେ। ଯୁବତୀ ଜଣଙ୍କ କଣ୍ଟ୍ରାକ୍ଚୁଆଲ ଭାବେ ଆୟୁଷରେ କାର୍ଯ୍ୟ କରୁଛନ୍ତି । ଯୁବତୀ ଜଣକ ଏନେଇ ମହିଳା ଥାନାରେ ଅଭିଯୋଗ କରିଥିଲେ । ତା ସହ ନଗ୍ନ ଭିଡିଓ ମଧ୍ୟ ପଠାଉଛନ୍ତି। ହ୍ୱାଟସ୍‌ଆପରେ ବ୍ଲକ କଲେ ଫୋନ୍ କରି ଅଶ୍ଲୀଳ କଥା କହୁଛନ୍ତି। ପ୍ରତିବାଦ କଲେ ଚାକିରୀ ନେଇଯିବେ ବୋଲି ଧମକ ଦେଉଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top