X
Breaking News
ନ୍ୟୁଜ୍

ପୁଣି କାନ୍ଧରେ ବୁହା ହେଲା ଶବ, ମେଡିକାଲରୁ କାନ୍ଧେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ ପରିବାର ଲୋକ

baripada

ବାରିପଦା: ପୁଣି କାନ୍ଧରେ ବୁହା ହେଲା ଶବ । ଚିକିତ୍ସା ଅବହେଳାରୁ ପ୍ରସୁତିଙ୍କ ମୃତ୍ୟୁ ପରେ ପରିବାର ଲୋକ କାନ୍ଧରେ ବୋହିଲେ ମହିଳାଙ୍କ ମୃତଦେହ । ମେଡିକାଲରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ କାନ୍ଧରେ ଶବ ବୋହି ନେଇଛନ୍ତି । ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶବ ରଖି ପ୍ରତିବାଦ କରିଛନ୍ତି ମୃତକଙ୍କ ପରିବାର ଲୋକ ।

baripada

ସୂଚନା ମୁତାବକ ଖୁଣ୍ଟା ଥାନା ଅଧୀନ ଘଣ୍ଟିସିଲା ଗ୍ରାମର ଦାଶରଥି ମୁର୍ମୁଙ୍କ ପତ୍ନୀ ବାଙ୍ଗିଙ୍କୁ ପ୍ରସବ ଯନ୍ତ୍ରଣା ହେବାରୁ ଗତ ୧୧ ତାରିଖରେ ବାରିପଦା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ଅଲ୍‌ଟ୍ରାସାଉଣ୍ଡ ବେଳେ ତାଙ୍କ ଗର୍ଭରେ ଯାଆଁଳା ସନ୍ତାନ ଥିବା ଜଣାପଡ଼ିଥିଲା । ତେବେ ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ଗୁରୁବାର ତାଙ୍କର ମୃତ୍ୟୁ ଘଟିଥିବା ସ୍ୱାମୀ ଦାଶରଥି ଅଭିଯୋଗ କରିଛନ୍ତି । ଚିକିତ୍ସା ବେଳେ ଡାକ୍ତର ତାଙ୍କୁ ଟଙ୍କା ମାଗିଥିବା ମଧ୍ୟ ସେ ଅଭିଯୋଗରେ ଦର୍ଶାଇଛନ୍ତି ।

ତେବେ ଏଭଳି ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି । ମେଡିକାଲରେ ମୃତ ଘୋଷଣା କରାଯିବା ପରେ ମହିଳାଙ୍କ ପରିବାର ଲୋକ ଉତ୍‌କ୍ଷିପ୍ତ ହୋଇ ତାଙ୍କ ଶବକୁ କାନ୍ଧରେ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟ ରାସ୍ତାକୁ ଆଣିଥିଲେ । ଏହା ପରେ ରାସ୍ତାରେ ମୃତଦେହ ରଖି ଅବରୋଧ କରିଥିଲେ ଏବଂ କ୍ଷତିପୂରଣ ଦାବି କରିଥିଲେ ।

ଅନ୍ୟପଟେ ଏହି ଘଟଣା ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ନିକଟରୁ କୌଣସି  ପ୍ରତିକ୍ରିୟା ମିଳିପାରି ନାହିଁ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top