ରାଜ୍ୟ

 ପୁନଃ ପ୍ରକ୍ରିୟାକରଣ ହେବ ଅଦରକାରୀ ବସ୍ତୁ

ପୁନଃ ପ୍ରକ୍ରିୟାକରଣ ହେବ ଅଦରକାରୀ ବସ୍ତୁ । ଆଲୁମିନିୟମ, ଇସ୍ପାତ, ନିର୍ମାଣ ଆବର୍ଜନା ଓ ବୈଦ୍ୟୁତିକ ଆବର୍ଜନାର ପୁନଃ ପ୍ରକ୍ରିୟାକରଣ ଉପରେ ଏବେ ରହିଛି ଅଧିକ ନଜର । ଅଦରକାରୀ ବସ୍ତୁରର ଏବେ ଅଧିକରୁ ଅଧିକ ମାତ୍ରାରେ ବ୍ୟବହାର କରାଯିବ । ଏ ନେଇ ଆଜି ରାଜଧାନୀ ଭୁବନେଶ୍ୱରରେ ଏକ କର୍ମଶାଳାର ଆୟୋଜନ କରାଯାଇଛି । ଭାରତର ଅର୍ଥନୀତିକୁ 5 ଟ୍ରିଲିୟନ ଡାଲରରେ ପହଞ୍ଚେଇବାରେ ଏହା ସହଯୋଗ କରିବ । ଓଡିଶାରେ ଥିବା ବିପୁଳ ମାତ୍ରାର ଆଲୁମିନିୟମର ସଦୁପଯୋଗ କରିବା ଏବଂ ଏହାର ବସ୍ତୁର ପୁନଃପ୍ରକ୍ରିୟାକରଣ କରିବା ପାଇଁ ଓଡିଶା ସରକାର ସହ ଆଲୋଚନା କରାଯିବ । ଖାସ କରି ଓଡିଶାରେ ଏହାକୁ ସଫଳ କରିବା ପାଇଁ ନାଲକୋର ଅଧିକ ରୁ ଅଧିକ ସାହାଯ୍ୟ ନିଆଯିବ ।

ଅଦରକାରୀ ବସ୍ତୁର ପୁନଃ ପ୍ରକ୍ରିୟାକରଣ କରିବା ପାଇଁ ରାଜଧାନୀ ଭୁବନେଶ୍ୱରର ସବୁଠୁ ଉପଯୋଗୀ ଅଞ୍ଚଳ । ଖାସକରି ଅଦରକାରୀ ଆଲୁମିନିୟମ ଓ ଖଣି ପଦାର୍ଥର କରାଯିବ ପୁନଃ ପ୍ରକ୍ରିୟାକରଣ । କେନ୍ଦ୍ରୀୟ ଖଣି ଓ ନିତି ଆୟୋଗ ତରଫରୁ ଏଭଳି ପଦକ୍ଷେପ ନିଆଯାଉଛି । ଓଡିଶା ସରକାରଙ୍କ ସହ ଏ ବିଷୟରେ ଆଲୋଚନା କରାଯାଉଛି । ସମାଜକୁ ଅଦରକାରୀ ବସ୍ତୁ ମୁକ୍ତ କରିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି ।

ଚିନ ଠାରୁ ଭାରତରେ ଆଲୁମିନିୟମର ବ୍ୟବହାର କମ ହେଉଛି । ତେବେ ଏହାର ଅଧିକ ବ୍ୟବହାର ଏବଂ ସମାଜକୁ ଅଦରକାରୀ ବସ୍ତୁ ମୁକ୍ତ କରିବା ଉପରେ ଏବେ ଭାରତ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top