ଅପରାଧ

ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ଆଉ 2 ସହଯୋଗୀଙ୍କ ଏନକାଉଣ୍ଟର

ଅର୍ଗସ ବ୍ୟୁରୋ:  ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ଆଉ 2 ସହଯୋଗୀଙ୍କ ଏନକାଉଣ୍ଟର  । ପ୍ରଭାତ ମିଶ୍ର ଓ ବବନ ଶୁକ୍ଳାଙ୍କୁ ମାରିବାରେ ସଫଳ ହୋଇଛି ୟୁପି ଏସଟିଏଫ । କାନପୁରରେ ପୋଲିସଠୁ ବନ୍ଧୁକ ଧରି ଖସିଯାଉଥିବା ବେଳେ ପ୍ରଭାତ ମିଶ୍ର ଓରଫ କାର୍ତ୍ତିକେୟକୁ ଏନକାଉଣ୍ଚର କରାଯାଇଛି  । ସେହିପରି ଇଟାୱାରେ ବବନ ଶୁକ୍ଳା ଓରଫ ପ୍ରବୀଣକୁ ବି ମାରିବାରେ ସଫଳ ହୋଇଛି  । ତା ନାଁରେ 50 ହଜାର ଟଙ୍କାର ପୁରସ୍କାର ରାଶି ରହିଥିଲା  ।

ବିକରୁ ଗାଁରୋ ପୋଲିସ ଉପରେ ହୋଇଥିବା ବର୍ବର ଆକ୍ରମଣରେ ପ୍ରବୀଣ ସାମିଲ ଥିବା କଥା କୁହାଯାଉଛି  । ଏହାକୁ ମିଶାଇ ଗତ ଦୁଇ ଦିନରେ ବିକାଶର 3 ସହଯୋଗୀକୁ ମାରିଛି ପୋଲିସ । ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେ ଏବେ ବି ଫେରାର ଥିବା ବେଳେ ତାର ସାମ୍ରାଜ୍ୟ ଧୀରେ ଧୀରେ ଭୁଶୁଡ଼ିବାରେ ଲାଗିଛି  । ଏହାରି ଭିତରେ ବିକାଶ ନିଜେ ଆତ୍ମସମର୍ପଣ କରିପାରେ ବୋଲି ଚର୍ଚ୍ଚା ଜୋର ଧରିଛି  ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top