ନ୍ୟୁଜ୍

କରୋନା ଭ୍ୟାକସିନକୁ ନେଇ ଘମାସନ: ଋଷ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ USA, UK

ଲଣ୍ଡନ: କରୋନା ମହାମାରୀକୁ ନେଇ ଭୟରେ ସାରା ବିଶ୍ୱ । ଗୋଟିଏ ପଟେ ସାରା ବିଶ୍ୱ ଏବେ କରୋନା ଭ୍ୟାକସିନ୍‌ ତିଆରି କରିବାରେ ଲାଗିପଡ଼ିଥିବା ବେଳେ ଭ୍ୟାକସିନକୁ ନେଇ ଋଷ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ । ନିକଟରେ କରୋନା ଭ୍ୟାକସିନ୍‌ର କ୍ଲିନିକାଲ ଟ୍ରାଏଲ ଶେଷ ହୋଇଥିବା ନେଇ ଋଷ କହିଥିଲା । ତେବେ ଋଷ କରୋନା ଭ୍ୟାକସିନ୍‌ ତଥ୍ୟ ଚୋରି କରିଥିବା ନେଇ ଅଭିଯୋଗ ଆଣିଛନ୍ତି ଆମେରିକା, ବ୍ରିଟେନ ଓ କାନାଡା । କରୋନା ଭ୍ୟାକସିନ ରିସର୍ଚ୍ଚର ଚୋରି କରୁଛି ଋଷ । ସାଇବର ଚୋରିର ଆରୋପ ଲଗାଇଲେ 3 ଦେଶ ।

ଏହି 3 ଦେଶର ଅଭିଯୋଗ ଯେ, ଋଷ ସାଇବାର ଆଟାକ୍‌ କରି ଭ୍ୟାକସିନ ରିସର୍ଚ୍ଚ ଚୋରି କରୁଛି । ଆମେରିକା, ବ୍ରିଟେନ ଓ ଋଷ ଏହି 3 ଦେଶ କରୋନା ଭ୍ୟାକସିନ୍‌ର କ୍ଲିନିକାଲ ଟ୍ରାଏଲ ସାରିଥିବା କହିଛନ୍ତି । କିନ୍ତୁ ଋଷ ପ୍ରଥମେ ଭ୍ୟାକସିନ ତିଆରିରେ ସଫଳତା ପାଇବାକୁ ସାଇବର ଆଟାକ କରି ତଥ୍ୟ ଚୋରି କରୁଛି ବୋଲି ଅଭିଯୋଗ ହୋଇଛି ।

ଆଜି ଏହି ଆମେରିକା, ୟୁକେ ଓ କାନାଡା ମିଳିତ ଭାବେ ବିବୃତ୍ତି ଜାରି କରି ଦାବି କରିଛନ୍ତି, ଏପିଟି 29(କୋଜି ବିୟର) ନାମକ ଏକ ହ୍ୟାକିଂ ଗ୍ରୁପ୍‌ ସାଇବର ଆଟାକ କରୁଛନ୍ତି  । ଏମିତି ମଧ୍ୟ କୁହାଯାଉଛି ଏହି ହ୍ୟାକିଂ ଗ୍ରୁପ ଋଷର ଗୁଇଂନ୍ଦା ସଂସ୍ଥା ସହ ଜଡ଼ିତ ।

ତେବେ ଏହି ଗ୍ରୁପ କେଉଁ ସ୍ଥାନକୁ ଟାର୍ଗେଟ କରୁଛି ସେନେଇ ସ୍ପଷ୍ଟ ସୂଚନା ମିଳିପାରିନଥିବା ବେଳେ ବିଶେଷ କରି ଏହା ଫାର୍ମାସିଟିକାଲ ଓ ଆକାଡେମିକ୍‌ ସଂସ୍ଥାଗୁଡ଼ିକୁ ଟାର୍ଗେଟ କରୁଥିବା ଜଣାପଡ଼ିଛି । ତେବେ ଏହାପରେ ବିଶ୍ୱରେ ଅଶାନ୍ତି ସୃଷ୍ଟି ହୋଇପାରେ  । ବିଶେଷ କରି କରୋନା ଭ୍ୟାକସିନ ବାହାର କରିବା ପାଇଁ ଯେଉଁ ସଂସ୍ଥା ଗୁଡ଼ିକ ପରିଶ୍ରମ କରୁଛନ୍ତି ସେମାନଙ୍କ ଉପରେ ଏଭଳି ଆକ୍ରମଣ ବରଦାସ୍ତ କରାଯିବନି ବୋଲି ବ୍ରିଟେନର ବୈଦେଶିକ ମନ୍ତ୍ରୀ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top