ଅପରାଧ

ବିୟର କମ୍ପାନୀରେ ଗୁଳିବର୍ଷା, ୭ ମୃତ

ଅର୍ଗସ ବ୍ୟୁରୋ: ଆମେରିକାର ଓ୍ୱିସ୍କିସ୍ମିନ୍ ଅଞ୍ଚଳରେ ବିୟର ତିଆରି କରୁଥିବା କମ୍ପାନୀରେ ଗୁଳିବର୍ଷା । ମିଳିଥିବା ସୂଚନାନୁସାରେ, ଏପର୍ଯ୍ୟନ୍ତ ଏହି ଘଟଣାରେ 7 ଜଣଙ୍କ ମୃତ୍ୟୁ ଘଟିସାରିଛି । ନ୍ୟୁୟର୍କ ଟାଇମ୍ସରୁ ମିଳିଥିବା ସୂଚନାନୁଯାୟୀ ବୁଧବାର ଦ୍ୱିପ୍ରହରରେ ମୋଲସନ କୁର୍ସ କମ୍ପ୍ଲେକ୍ସରେ  ଜଣେ ଆତତାୟୀ  ଅତର୍କିତ ଗୁଳିକରିବା ଆରମ୍ଭ କରିଦେଇଥିଲା  । ଏହି ଅତର୍କିତ ଆକ୍ରମଣରେ  7 ଜଣ ମୃତ୍ୟୁ ଘଟିଛି ।

ଓ୍ୱିସ୍କିସ୍ମିନ୍‌ର ମେୟର ଟମ ବୈରେଟ କହିଛନ୍ତି,  ଏହି ଆକ୍ରମଣ ବହୁତ ଭୟଙ୍କର ଥିଲା ।  ଏଥିରେ ବହୁ ଲୋକଙ୍କର ମୃତ୍ୟୁ ହୋଇସାରିଛି । ଆକ୍ରମଣ କରିଥା ବ୍ୟକ୍ତିର ମଧ୍ୟ ମୃତ୍ୟୁ ହୋଇଛି ବୋଲି ମେୟର କହିଛନ୍ତି । ତେବେ  ଆକ୍ରମଣକାରୀଟି  ଉକ୍ତ କମ୍ପ୍ଲେକ୍ସରେ କାମକରୁଥିଲା, ଯେଉଁଠାରେ କି ଗୁଳିବର୍ଷା କରିଥିବା ଜଣାପଡିଛି । ବିୟର ତିଆରି ହେଉଥିବା ୟୁନିଟ୍‌ରେ ପାଖାପାଖି 600 ଲୋକ କାମ କରନ୍ତି ବୋଲି ସୂଚନାମିଳିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top