ନ୍ୟୁଜ୍

୧ ମାସ ମଧ୍ୟରେ କରୋନା ଭ୍ୟାକସିନ ପ୍ରସ୍ତୁତ କରିବ ଆମେରିକା: ଡୋନାଲ୍ଡ ଟ୍ରମ୍ପ

ଅର୍ଗସ ବ୍ୟୁରୋ:  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଂଗଳବାର ଦିନ ଆମେରିକା ୧ ମାସ ମଧ୍ୟରେ କରୋନା ଭ୍ୟାକସିନ ପ୍ରସ୍ତୁତ କରିବ ବୋଲି କହିଛନ୍ତି । ସେ ଏହା ନିର୍ବାଚନ ପ୍ରକ୍ରିୟା ସମୟରେ ପେନସିଲଭାନିଆରେ ଏକ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ସମୟରେ ଏକ ମିଡିଆ ଏଜେନ୍ସିକୁ ଜଣାଇଥିବା ଜଣାପଡ଼ିଛି । ଏହି କରୋନା ଭ୍ୟାକସିନ ବହୁ ଶୀଘ୍ର ବା ଅତି ବେଶିରେ ୪ ସପ୍ତାହ ମଧ୍ୟରେ ପ୍ରସ୍ତୁତ ହୋଇଯିବ ବୋଲି ରାଷ୍ଟ୍ରପତି ଟ୍ରମ୍ପ ସୂଚନା ଦେଇଛନ୍ତି ।

ବର୍ତମାନ ସମୟରେ ଆମେରିକା କରୋନା ସଂକ୍ରମଣର ଶୀର୍ଷରେ ପହଂଚିଛି । କିନ୍ତୁ ବହୁ ଶୀଘ୍ର ଭ୍ୟାକସିନ ବାହାରିଲେ କେବଳ ଆମେରିକା ନୁହେଁ ପୃଥିବୀର ସମସ୍ତ ଦେଶ ଏହା ଦ୍ୱାରା ଉପକୃତ ହୋଇପାରିବେ ବୋଲି ଟ୍ରମ୍ପ ଆଶା ବ୍ୟକ୍ତ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top