ଦେଶ

ଆଇସୋଲେସନରେ ସୋନମ କପୁର

ନୂଆଦିଲ୍ଲୀ: ଲଣ୍ଡନରୁ ଫେରି ଆଇସୋଲେସନରେ ରହିଲେ ଅନିଲ କପୁରଙ୍କ ଝିଅ ସୋନମ । ସୋନମ ଏନେଇ କହିଛନ୍ତି ଯେ,  ଯେତେବେଳେ ସେ ଏୟାରପୋର୍ଟରେ ପହଞ୍ଚିଲେ ତାଙ୍କୁ ବହୁଥର ଚେକିଙ୍ଗ କରାଯାଇଥିଲା । ଏୟାପୋର୍ଟରୁ ସେ ସିଧା ଘରକୁ ଯାଇଥିଲେ ଏବଂ  ସୋନମ ପରିବାର ସହ କିଛି ସମୟ  ରହିବା ପରେ  ନିଜକୁ ଆଇସୋଲେସନ୍‌ରେ ରଖିବାକୁ  ନିଷ୍ପତ୍ତି ନେଇଥିଲେ ।  ସୋନମଙ୍କ କହିବାନୁଯାୟୀ ମୋର ଏହି ନିଷ୍ପତ୍ତିରେ ଅନ୍ୟ ଲୋକମାନଙ୍କୁ ଆଶ୍ୱସ୍ତ ମିଳିଛି ।

କୋରୋନାର ପ୍ରଭାବ ବଲିଉଡ୍‌ରେ ପଡିବା ଦେଖିବାକୁ ମିଳିଛି । କିଛି  ଫିଲ୍ମ ପ୍ରଡ୍ୟୁସର  ନିଜ ଫିଲ୍ମ ରିଲିଜ୍‌ର ଡେଟ୍‌କୁ  ଘୁଞ୍ଚାଇ ଦେଇଛନ୍ତି । ଏଫଡବ୍ଲୁଆଇସିଇ ମଧ୍ୟ 31  ମାର୍ଚ୍ଚ ପର୍ଯ୍ୟନ୍ତ କୌଣସି  ଟିଭି ଶୋର ସୁଟିଂ କରାଯିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ।  ଏଠି କହି ରଖୁଛୁ ଯେ, ଅଧିକାଂଶ ଲୋକ  କୋରୋନା ଭୂତାଣୁରୁ ରକ୍ଷା ପାଇବା ପାଇଁ  ନିଜ ଘରେ ନିଜକୁ ବନ୍ଦ କରି ରଖିବା ଓ ଭିଡ ସ୍ଥାନମାନଙ୍କୁ ନଯିବା ପାଇଁ ଚେଷ୍ଟା କରୁଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top