ନ୍ୟୁଜ୍

ବିବାଦରେ ନେପାଳ ପିଏମ୍‌ ଓଲି, ଯାଇପାରେ ପଦବୀ

 ନୂଆଦିଲ୍ଲୀ: ଭାରତର ଜାଗାକୁ ନିଜର ବୋଲି ଦାବି କରି ବିବାଦ କରିବାକୁ ଚାହୁଁଥିବା ନେପାଳର ପ୍ରଧାନମନ୍ତ୍ରୀ ନିଜେ ବିବାଦରେ । ନେପାଳ କମ୍ୟୁନିଷ୍ଟ ପାର୍ଟିରେ ଅନ୍ତଃକନ୍ଦଳ ଏବେ ଉଗ୍ର ରୂପ ନେଇଛି । ପାର୍ଟି ଅଧ୍ୟକ୍ଷ ପ୍ରଚଣ୍ଡ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଇସ୍ତଫା ଦାବି କରିଛନ୍ତି । ଏଥିରେ ଅନ୍ୟ ବଡ଼ ବଡ଼ ନେତା ମଧ୍ୟ ପ୍ରଚଣ୍ଡଙ୍କୁ ସମର୍ଥନ ଦେଉଥିବା ସୂଚନା ମିଳିଛି ।

କେପି ଓଲି ଜଣେ ଅସଫଳ ପ୍ରଧାନମନ୍ତ୍ରୀ ବୋଲି ଅଭିଯୋଗ ଆଣିବା ସହ ଇସ୍ତଫା ଦାବି କରିଛି ନିଜ ଦଳ ନେପାଳ କମ୍ୟୁନିଷ୍ଟ ପାର୍ଟି  । ପୂର୍ବରୁ ଦୁଇ ଥର ନେପାଳ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ ପୁଷ୍ପ କୁମାର ଧମାଲ କହିଛନ୍ତି କେପି ଓଲି ଜଣେ ରାଜନେତା ହେବା ସବୁଠୁ ବଡ଼ ତ୍ରୁଟି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ମନା କରିଦେଇଛନ୍ତି କେପି ଓଲି ।

କେପି ଓଲି ଅମଙ୍ଗ ହେବା ପରେ ପ୍ରଚଣ୍ଡ ତାଙ୍କୁ ଧମକ ମଧ୍ୟ ଦେଇଛନ୍ତି । ଯଦି କେପି ଓଲି ଇସ୍ତଫା ନଦିଅନ୍ତି ତେବେ ଦଳ ଭାଗ କରିଦେବେ ପ୍ରଚଣ୍ଡ । ବହୁ ବଡ଼ ବଡ଼ ନେତା ମଧ୍ୟ ପ୍ରଚଣ୍ଡଙ୍କୁ ସମର୍ଥନ ଦେଉଥିବା ଶୁଣିବାକୁ ମିଳୁଛି ।

ଗତ ସପ୍ତାହରେ ନେପାଳ ସରକାର ଏକ ନୂଆ ରାଜନୈତିକ ମ୍ୟାପ ପ୍ରସ୍ତୁତ କରିଛନ୍ତି । ଏଥିରେ ଭାରତର ମୁଖ୍ୟ 3ଟି ସ୍ଥାନକୁ ସ୍ଥାନୀତ କରି ସଂସଦରେ ପାସ୍‌ କରାଇଛି ନେପାଳ । ଯାହାକୁ ନେଇ ଏବେ ନେପାଳ ଓ ଭାରତ ମଧ୍ୟରେ ବିବାଦ ଉପୁଜିଛି । କିନ୍ତୁ ଲିପୁଲେଖ, କାଲାପାନି ଓ ଲିମ୍ପିଆଧୁରା ଆମ ଦେଶର ଅବିଛେଦ୍ୟ ଅଙ୍ଗ ବୋଲି ସଫା ଶୁଣାଇ ଦେଇଛି ଭାରତ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top