ନ୍ୟୁଜ୍

ଆସନ୍ତାକାଲି ଶାହା ଆସିବେ ଓଡ଼ିଶା, ପ୍ରଥମେ ଲୋକସେବା ଭବନ ପରେ ଜନତା ମଇଦାନ ଯିବେ

Amit shah

ଭୁବନେଶ୍ୱର: ଆସନ୍ତାକାଲି ୨ ଦିନିଆ ଓଡ଼ିଶାଗସ୍ତରେ ଆସୁଛନ୍ତି ଅମିତ ଶାହ । ଏନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଗତକାଲି ଜନତା ମଇଦାନରେ ବିଜେପି ପକ୍ଷରୁ ଭୂମିପୂଜନ କରାଯାଇଛି । ଶାହଙ୍କ ଆସିବା ନେଇ ପ୍ରଚାର ଗାଡ଼ି ମଧ୍ୟ ବୁଲିଛି । ତେବେ ଆସନ୍ତାକାଲି ପୂର୍ବାହ୍ନ 10 ଟା 10ରେ ଭୁବନେଶ୍ୱରରେ ପହଞ୍ଚିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଭୁବନେଶ୍ୱରରେ ପହଞ୍ଚିବା ପରେ 10.40 ରୁ ଅପରାହ୍ନ 2ଟା ପର୍ଯ୍ୟନ୍ତ ଲୋକସେବା ଭବନରେ ପୂର୍ବ ଭାରତ ରାଜ୍ୟ ମାନଙ୍କର ମୁଖ୍ୟମନ୍ତ୍ରୀ ସମ୍ମିଳନୀରେ ଯୋଗ ଦେବେ ।

ପରେ ଅପରାହ୍ନ 2.30 ରୁ 4ଟା ପର୍ଯ୍ୟନ୍ତ ଜନତା ମଇଦାନରେ CAA ସମର୍ଥନରେ ସଭା କରିବେ । ସନ୍ଧ୍ୟା 6 ଟାରୁ 7.30 ଯାଏ ମେ ଫେୟାରରେ 200ରୁ ଅଧିକ ପ୍ରମୁଖ ନେତାକୁ ନେଇ ରୁଦ୍ଧ ଦ୍ୱାର ବୈଠକ କରିବେ ବୋଲି ସୂଚନା ମିଳିଛି । ଏହି ବୈଠକରେ ରାଜ୍ୟ ବିଜେପିର ପ୍ରାୟ ସବୁ ନେତା ତଥା ବିଧାୟକ, ସବୁ ସାଂସଦ, ବିଧାୟକ ଓ ସାଂସଦ ପ୍ରାର୍ଥୀ, ଜିଲ୍ଲା ସଭାପତି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପ୍ରମୁଖ ସାମିଲ ହେବେ । ଏଥିରେ ସାଂଗଠନିକ ସ୍ଥିତି ଓ ଆଗାମୀ ଦିନରେ ଦଳର ରଣନୀତି କ’ଣ ରହିବ, ସେନେଇ ଆଲୋଚନା ହେବ ।

ସନ୍ଧ୍ୟାରେ ଆଲୋଚନା ପରେ ପୁରୀ ଗସ୍ତ କରିବେ ଶାହ । ଏହା ପରେ ଦିନ ୧୧ଟା ସମୟରେ ଲିଙ୍ଗରାଜ ଦର୍ଶନ କରିବେ । ଅପରାହ୍ନରେ ଭୁବନେଶ୍ୱରରେ ଏକ ଘରୋଇ ଡାକ୍ତରଖାନାର ଉଦ୍‌ଘାଟନ କରିବେ । ପରେ ଦିଲ୍ଲୀ ଫେରିଯିବେ ଅମିତ ଶାହ । ଏନେଇ ସୂଚନା ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top