ନ୍ୟୁଜ୍

ରାଜ୍ୟରେ ପୁଣି 282 କରୋନା ପଜିଟିଭ୍ ଚିହ୍ନଟ

ଅର୍ଗସ ବ୍ୟୁରୋ : ରାଜ୍ୟରେ ଆଜି ପୁଣି 282 କରୋନା ଆକ୍ରାନ୍ତ ଚିହ୍ନଟ। ଆକ୍ରାନ୍ତଙ୍କ ମଧ୍ୟରୁ 256 ଜଣ କ୍ଵାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ 26 ସ୍ଥାନୀୟ ସଂକ୍ରମଣ। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସୂଚନାନୁଯାୟୀ, ଆଜି ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ ଖୋର୍ଦ୍ଧାରୁ 26, ଝାରସୁଗୁଡ଼ା 23, ବାଲେଶ୍ଵର 3, କଟକ 4, ଯାଜପୁର 6, ପୁରୀ 9, ଅନୁଗୁଳ 1, ଜଗତସିଂହପୁର 11, କନ୍ଧମାଳ 17, ଗଞ୍ଜାମ 75, ଗଜପତି 76, ସୁନ୍ଦରଗଡ଼ 1, ସମ୍ବଲପୁର 13, ବଲାଙ୍ଗୀର, କୋରାପୁଟ, ନୟାଗଡ଼ରୁ 1 ଲେଖାଏଁ, ମୟୁରଭଞ୍ଜ 6, ଏନଡିଆରଏଫର 8 କର୍ମଚାରୀ ଅଛନ୍ତି।

ଏହି କ୍ରମରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 5 ହଜାର 752କୁ ବୃଦ୍ଧି ଘଟିଛି। ସେହିପରି 3 ହଜାର 988 ଜଣ ସୁସ୍ଥ ହୋଇଥିବା ବେଳେ ଏଯାଏଁ 1 ହଜାର 740 ଆକ୍ଟିଭ୍ କେସ୍ ରହିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top