ନ୍ୟୁଜ୍

ଭୁବନେଶ୍ୱରରୁ ପୁଣି ୬୦ କରୋନା ପଜିଟିଭ୍ ଚିହ୍ନଟ, ୨୦ ସ୍ଥାନୀୟ ସଂକ୍ରମଣ

ଭୁବନେଶ୍ୱର: ଆଜି ପୁଣି ରାଜଧାନୀ ଭୁବନେଶ୍ୱରରୁ ୬୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୪୦ କ୍ୱାରେଣ୍ଟାଇନ ମାମଲା ହୋଇଥିବା ବେଳେ ୨୦ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି । ଏହାସହ ଆଜି ୧୮ ଜଣ ସୁସ୍ଥ ହୋଇଛନ୍ତି ।

ଚିନ୍ତା ବଢ଼ାଇଛି ସ୍ଥାନୀୟ ସଂକ୍ରମଣ । ଆଜି ଚିହ୍ନଟ ହୋଇଥିବା ୨୦ ସ୍ଥାନୀୟ ଆକ୍ରାନ୍ତଙ୍କ ମଧ୍ୟରେ ଭୀମଟାଙ୍ଗିରୁ ଜଣେ, ଆଚାର୍ଯ୍ୟ ବିହାରରୁ ଦୁଇ ଜଣ, ଜୟଦେବ ବିହାର ୨, ଜାଗମରା ୧, ବମିଖାଲ ୧, ପଟିଆ ୧, ନୟାପଲ୍ଲୀରୁ ଜଣେ, ସରକାରୀ ହସ୍ପିଟାଲରୁ ୩ ଜଣ କର୍ମଚାରୀ, ଆଇଆରସି ଭିଲେଜରୁ ଜଣେ, ସାଲିଆସାହିରୁ ୨ ଜଣ, ଶ୍ୟାମପୁରରୁ ଜଣେ, ଏକାମ୍ର ବିହାରରୁ ଜଣେ, ଘାଟିକାଆରୁ ଜଣେ, ଶ୍ରୀରାମ ନଗରରୁ ଜଣେ ଓ କେନ୍ଦ୍ରୀୟ ହସ୍ପିଟାଲର ଜଣେ କର୍ମଚାରୀ ଚିହ୍ନଟ ହୋଇଛନ୍ତି ।

ଏହାସହ ରାଜ୍ୟ ରାଜଧାନୀରେ କରୋନା ପଜିଟିଭ୍ ସଂଖ୍ୟା ୯୧୯ରେ ପହଞ୍ଚିଛି । ୫୦୪ଟି ଆକ୍ଟିଭ ମାମଲା ଥିବା ବେଳେ ୪୦୩ ଜଣ ସୁସ୍ଥ ହୋଇଛନ୍ତି । ଏହାସହ ୧୧ ଜଣଙ୍କ ଜୀବନ ନେଲାଣି କରୋନା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top