ଦେଶ

ସୁଶାନ୍ତ ସିଂହଙ୍କ ମୃତ୍ୟୁରେ ଆଉ ଏକ ବଡ ଖୁଲାସା, ସୁଶାନ୍ତଙ୍କ ବଡ ଭଉଣୀଙ୍କ ଏଫଡିରୁ ଅଢେଇ କୋଟି ଗାଏବ

ମୁମ୍ୱାଇ:  ଅଭିନେତା ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ଆଉ ଏକ ବଡ ଖୁଲାସା । ସୁଶାନ୍ତ ସିଂହଙ୍କ ଉଭଣୀଙ୍କ ଏଫଡି ଆକାଉଣ୍ଟରୁ ଅଢେଇ କୋଟି ଟଙ୍କା ଗାଏବ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ଜେରା ବେଳେ ହୋଇଛି ଏହି ଖୁଲାସା । ସୁଶାନ୍ତ ସିଂହଙ୍କ ଆକାଉଣ୍ଟରୁ ଯାଇଥିବା ୧୫ କୋଟି ଟଙ୍କା ହେରାଫେରି ଘଟଣାର ତଦନ୍ତ କରୁଛି ଇଡି । ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ସହ ସୁଶାନ୍ତଙ୍କ ଚାର୍ଟାର୍ଡ ଆକାଉଣ୍ଟାଟ ଏବଂ ମ୍ୟାନେଜରଙ୍କୁ ଜେରା କରିଛି ଇଡି ।

ଜେରା ବେଳେ ରିୟା କହିଛନ୍ତି, ସୁଶାନ୍ତଙ୍କ ଆକାଉଣ୍ଟ ବୁଝୁଥିବା ଦୁଇ ଚାଟାର୍ଡ ଆକାଉଣ୍ଟକୁ ୬୫ ଲକ୍ଷ ଟଙ୍କା ଟ୍ରାନ୍ସଫର ହୋଇଛି । ସୂତ୍ରରୁ ଜଣାପଡିଛି, ସୁଶାନ୍ତ ନିଜର ବଡ ଉଭଣୀଙ୍କ ନାଁରେ ୪ କୋଟି ଟଙ୍କାର ଫିକ୍ସଡ ଡିପୋଜିଟ୍ କରାଇଥିଲେ । କିନ୍ତୁ ରିୟା ସୁଶାନ୍ତଙ୍କ ଜୀବନରେ ଆସିବା ପରେ ୪ କୋଟିରୁ ଅଢେଇ କୋଟି ଟଙ୍କା କୁଆଡେ ଗାୟବ ହୋଇଯାଇଥିଲା । ଏହାସହ ସୁଶାନ୍ତଙ୍କ ଆର୍ଥିକ ଦେଣନେଣକୁ ନେଇ ଇଡି ଯେଉଁ ଜେରା କରିଥିଲା ସେଥିରେ ରିୟାଙ୍କ ନିକଟରୁ କୌଣସି ସନ୍ତୋଷଜନ ଉତ୍ତର ମିଳିନଥିବା ଜଣାପଡିଛି । ସୁଶାନ୍ତଙ୍କ ବାନ୍ଧବୀ ରିୟାଙ୍କ ନାଁରେ କୋଟି କୋଟି ଟଙ୍କାର ଆତ୍ମସାତ ଅଭିଯୋଗ ଆଣିଛନ୍ତି ସୁଶାନ୍ତଙ୍କ ବାପା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top