ମନୋରଞ୍ଜନ

ଅପସରା ରାଣୀଙ୍କ ଟ୍ୱିଟ୍‌ର ଆକାଉଣ୍ଟ ସସପେଣ୍ଡ, ବୋଲ୍ଡ ଫଟୋ ପାଇଁ ଥିଲେ ଚର୍ଚ୍ଚାରେ

ଅର୍ଗସ ବ୍ୟୁରୋ: ରାତାରାତି ସୋସିଆଲ ମିଡିଆରେ ସେନସେସନ୍‌ ପାଲଟିଥିବା ଓଡ଼ିଆ ଝିଅ ତଥା ବଲିଉଡ ଆକ୍ଟ୍ରେସ୍‌ ଅପସରା ରାଣୀଙ୍କ ଟ୍ୱିଟ୍‌ର ଆକାଉଣ୍ଟ ହେଲା ସସପେଣ୍ଡ । ଟ୍ୱିଟର ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ଆକାଉଣ୍ଟ ସସପେଣ୍ଡ କରାଯାଇଥିବା ଟ୍ୱିଟ୍‌ର ପକ୍ଷରୁ କୁହାଯାଇଛି । ପ୍ରଖ୍ୟାତ ନିର୍ଦ୍ଦେଶକ ରାମ ଗୋପଳ ବର୍ମାଙ୍କ ଫିଲ୍ମ ‘ଥ୍ରୀଲର’ରେ ଅପସରା ଆକ୍ଟିଂ କରିଥିବା ବେଳେ ତାଙ୍କର ବହୁ ବୋଲ୍ଡ ଫଟୋ ସୋସିଆଲ ମିଡଆରେ ଘୁରି ବୁଲୁଥିଲା ।

ଏପରିକି ନିଜେ ରାମ ଗୋପାଳ ବର୍ମା ଅପସରାଙ୍କ ବହୁ ବୋଲ୍ଡ ଫଟୋ ସେୟାର କରି ଚର୍ଚ୍ଚାକୁ ମଧ୍ୟ ଆସିଥିଲେ । ଅପସରାଙ୍କ ଆଳରେ ଓଡ଼ିଶାକୁ ଅସମ୍ମାନ କରିଥିଲେ ରାମ ଗୋପାଳ । ପରେ ପରେ ଅପସରା ପାଲଟିଥିଲେ ସୋସିଆଲ ସେନସେସନ୍‌ । ତେବେ ଅପସରା ରାଣୀଙ୍କ ଅଫିସିଆଲ ଟ୍ୱିଟ୍‌ର ଆକାଉଣ୍ଟ ହେଉଛି  Apsara_Rani

ଏହି ଆକାଉଣ୍ଟରେ ତାଙ୍କର 45 ହଜାର ଫଲୋଅର୍ସ ଥିଲେ।  ବିଭିନ୍ନ ସମୟରେ ଅପସରାଙ୍କୁ ନେଇ ସୋସିଆଲ ମିଡିଆରେ ୟୁଜର୍ସ ଟ୍ରୋଲ କରୁଥିଲେ । ବର୍ତ୍ତମାନ ଯେଉଁ ଘଟଣା ସାମ୍ନାକୁ ଆସିଛି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଅଚାନକ ତାଙ୍କ ଅଫିସିଆଲି ଟ୍ୱିଟ୍‌ର ଆକାଉଣ୍ଟକୁ ସସ୍‌ପେଣ୍ଡ କରାଯାଇଛି।

ଅନ୍‌ଲାଇନ୍‌ ପ୍ଲାଟଫର୍ମରେ ଅପସରାଙ୍କ ଫିଲ୍ମ ଥ୍ରୀଲର ରିଲିଜ ହୋଇଥିଲା । ବଲିଉଡ୍‌ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ଏହି ଫିଲ୍ମର ନିର୍ଦ୍ଦେଶକ ଥିଲେ । ତାଙ୍କ ନିର୍ଦ୍ଦେଶିତ ଆଗାମୀ ଫିଲ୍ମ ଡେଞ୍ଜରସରେ ମଧ୍ୟ ଅପସରା ଏବଂ ନୈନା ଗାଙ୍ଗୁଲି ଅଭିନୟ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top