ଦେଶ

ପୁଲଓ୍ୱାମା ଘଟଣାକୁ ପୁରିଲା ବର୍ଷେ, ଭାବିଲେ ଆପଣାଛାଏଁ ଆଖିରେ ଆସୁଛି ଲୁହ..

PULWAMA

ଶ୍ରୀନଗର: ପୁଲଓ୍ୱାମା ଆକ୍ରମଣକୁ ପୁରିଲା ବର୍ଷେ । ଆଜି ବି ସେଦିନର କଥା ମନେ ପକାଇଲେ ଲୋମ ଟାଙ୍କୁରି ଉଠୁଛି । ସେହି ଦିନର ଛାତି ଥରା ଶବ୍ଦ ଓ ଦୃଶ୍ୟର ଅନୁଭବ କରିଥିବା ସ୍ଥାନୀୟ ଲୋକେ କେବେ ବି ତାହା ଭୁଲି ପାରିବେ ନାହିଁ । 14 ଫେବ୍ରୁଆରୀ 2019ରେ ଜମ୍ମୁ-କାଶ୍ମୀରର ପୁଲଓ୍ୱାମାରେ ଘଟିଥିବା ଏହି ହୃଦୟ ବିଦାରକ ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା । ଭାରତ ସମେତ ଏହାର ସମସ୍ତ ବନ୍ଧୁ ରାଷ୍ଟ୍ର ପୁଲ୍‌ଓ୍ୱାମା ଘଟଣାକୁ ନିନ୍ଦା କରିଥିଲେ । ଭାରତକୁ ଭଲ ପାଉଥିବା ପ୍ରତ୍ୟେକ ଲୋକର ଆଖିରୁ ସେଦିନ ଆପଣାଛାଏଁ ଲୁହ ବାହାରି ଆସିଥିଲା ।

Pulwama Attack

ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଦ୍ୱାରା ଯବାନଙ୍କ ଗାଡ଼ି ଉପରକୁ ଆକ୍ରମଣ କରାଯାଇଥିଲା । ଯବାନଙ୍କ ଗାଡ଼ିକୁ ଆତଙ୍କବାଦୀମାନେ ଯୋଜନା ବଦ୍ଧ ଭାବେ ଆଇଡି ଦ୍ୱାରା ବିସ୍ଫୋରଣ କରିଥିଲେ । ଏଥିରେ ଭାରତ ତାର 40 ଜଣ ବୀର ପୁତ୍ରକୁ ହାରାଇଛି । ଆଗ ପଛ ହୋଇ ଗୋଟିଏ ଲାଇନ୍‌ରେ ପ୍ରାୟ 74ଟି ସିଆର୍‌ପିଏଫ୍‌ ଯବାନଙ୍କ ଗାଡ଼ି ଯାଉଥିଲା । ଟ୍ରାଞ୍ଜିଟ୍‌ କ୍ୟାମ୍ପରୁ ଫେରୁଥିଲେ ପ୍ରାୟ ଅଢ଼େଇ ହଜାର ଯବାନ । ହେଲେ ହଠାତ୍‌ ଏକ ବଡ଼ ବିସ୍ଫୋରଣ ଘଟିଥିଲା । ଯେଉଁଥିରେ ଗୋଟିଏ ବସ୍‌ ସମ୍ପୂର୍ଣ୍ଣ ଛିନ୍‌ଛତ୍ର ହୋଇଯାଇଥିଲା । ବିସ୍ଫୋରଣର ମାତ୍ରା ଏତେ ଥିଲା ଯେ, ପାଖାପାଖି 10 କିଲୋମିଟର ଅଞ୍ଚଳ ପର୍ଯ୍ୟନ୍ତ ଏହାର ଶବ୍ଦ ପହଞ୍ଚିଥିଲା । ବିସ୍ଫୋରଣ ପରେ ପୁରା ରାସ୍ତା ରକ୍ତରେ ଭିଜି ଯାଇଥିଲା । ଯବାନଙ୍କ ଖଣ୍ଡ ବିଖଣ୍ଡିତ ଶରୀର ଏଣେତେଣେ ପଡ଼ିଥିଲା । ପୁରା ଦେଶ ଏହାକୁ ଦେଖି ସ୍ତବ୍ଧ ହୋଇଯାଇଥିଲା । ଚାରିଆଡ଼େ ଖେଳିଯାଇଥିଲା ନୀରବତା । ଆଜି ସେ କଥା ଭାବିଲେ ରୋମ ଟାଙ୍କୁରି ଉଠୁଛି । ଆଉ ଆପଣା ଛାଏ ଆଖିରୁ ଲୁହ ବହାରି ଆସୁଛି ।

pulwama terror attack

ଏହି ବିସ୍ଫୋରଣରେ ଦୁଇ ଜଣ ବୀର ଓଡ଼ିଆ ମାଟିର ପୁଅ ମଧ୍ୟ ପ୍ରାଣ ହରାଇଥିଲେ । ସେମାନଙ୍କୁ ଆଜି ବି ଓଡ଼ିଶା ମନେ ପକାଉଛି । ଯବାନଙ୍କ ପ୍ରାର୍ଥିବ ଶରୀର ଓଡ଼ିଶାରେ ପହଞ୍ଚିବା ପରେ ଏକ ପ୍ରକାର ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ବିମାନବନ୍ଦର ଠାରୁ ଯବାନଙ୍କ ଗାଁ ପର୍ଯ୍ୟନ୍ତ ଲୋକଙ୍କ ଲମ୍ବା ଲାଇନ୍‌ । ସମସ୍ତଙ୍କ ଆଖରେ ଭରି ରହିଥିଲା ଲୁହ ।

Pulwama Attack

ତେବେ ଏହି ଘଟଣାରେ ଭାରତବାସୀ ଆଖିରୁ ଯେତିକି ଲୁହ ଗଡ଼ାଇଥିଲେ ସେତିକି କ୍ରୋଧର ବହ୍ନିରେ ମଧ୍ୟ ଜଳୁଥିଲେ । ସାର ଦେଶ ଚାହୁଁଥିଲା ପ୍ରତିଶୋଧ । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ୱିଟ୍‌ କରି କହିଥିଲେ ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି ।

ଭାରତର ଯୁବ ପିଢି, ‘ଆଉ ଏକ ସର୍ଜିକାଲ ଷ୍ଟାଇକ୍‌’  ପାଇଁ ଚାହିଁ ବସିଥିଲେ । ପୁଲଓ୍ୱାମା ଘଟଣାର ଠିକ୍‌ 12 ଦିନ ପରେ ଭାରତ ନେଇଥିଲା ପ୍ରତିଶୋଧ । ଆତଙ୍କବାଦୀଙ୍କ ରକ୍ତରେ ସହିଦଙ୍କ ଦ୍ୱାଦଶାହ ପାଳିଥିଲା ଭାରତ । ବିଳମ୍ବିତ ରାତି ପ୍ରାୟ 3.30ରେ ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନର ଆତଙ୍କବାଦୀ ଆଡ୍ଡା ଉପରେ ଜୋରଦାର ଆକ୍ରମଣ କରାଯାଇଥିଲା । ଏହି ଆକ୍ରମଣରେ 12ଟି ମିରାଜ୍‌ 2000 ଫାଇଟ୍‌ର ଜେଟ୍‌ ସାମିଲ ହୋଇଥିଲା । ଏହି ଫାଇଟ୍‌ର ଜେଟ୍‌ ପାକିସ୍ତାନରେ ପ୍ରବେଶ କରି ଜୈଶ ଆତଙ୍କୀ କ୍ୟାମ୍ପ ସମେତ ଅନେକ ଗୁଡ଼ିଏ ଆଡ୍ଡା ଉପରେ ପ୍ରାୟ 1000 କିଲୋଗ୍ରାମ୍‌ର ବୋମା ବର୍ଷା କରିଥିଲେ । ଆଉ ଏଥିରେ 200 ରୁ 300 ଜଣ ଆତଙ୍କବାଦୀଙ୍କ ନିପାତ ହୋଇଥିବା ବେଳେ ଅନେକ ଆତଙ୍କୀ ସଂଗଠନର ଆଡ୍ଡାସ୍ଥଳୀ ଧ୍ୱଂସ ହୋଇଥିବା ସୂଚନ ମିଳିଥିଲା । ଏମିତିକି ପିଓକେରେ ଥିବା କିଛି ଆତଙ୍କବାଦୀ ଠିକଣା ମଧ୍ୟ ଧ୍ୱଂଶ କରିଥିଲା ଭାରତ ।

Air strike

Air strike

Air strike

ତେବେ ଏହି ଆକ୍ରମଣର ପ୍ରମାଣ ଦେଇଥିଲା ଖୋଦ୍‌ ପାକିସ୍ତାନ । ପାକିସ୍ତାନୀ ସେନାର ପ୍ରବକ୍ତା ମେଜର ଜେନେରାଲ ଆସିଫ୍‌ ଗଫୁର୍‌ ଏହି ବୋମା ବର୍ଷଣର କିଛି ଫଟୋ ଟ୍ୱିଟରରେ ସେୟାର କରି ଏହାର ପ୍ରମାଣ ଦେଇଥିଲେ । ଫଟୋରେ ଭାରତୀୟ ବୋମାର ସେଲ୍‌ ଥିବା ଦେଖାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top