ଅପରାଧ

ବନ୍ଧୁକ ଫୁଟାଇ ଗହଣା ଦୋକାନରୁ ଲୁଟ: ବାପ-ପୁଅ ଗୁରୁତର

ମୟୂରଭଞ୍ଜ: ରାଜ୍ୟରେ ଆତଙ୍କ ବଢ଼ିଚାଲିଛି । ବନ୍ଧୁକ ଫୁଟୁଛି, ଅପରାଧ ହେଉଛି । ଆଜି ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ବଜାର ଅଞ୍ଚଳରେ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ବିଶ୍ୱକର୍ମା ଜୁଏଲାରୀ ଦୋକାନରୁ ବନ୍ଧୁକ ଫୁଟାଇ ଲୁଟ କରିଛନ୍ତି ଦୁର୍ବୃତ୍ତ । ଗୁଳି ମାଡରେ ଦୋକାନରେ ଥିବା ବାପ ଏବଂ ପୁଅ ଗୁରୁତର ।

ବାପାଙ୍କ ଦେହରେ ଗୁଳି ବାଜିଥିବା ବେଳେ ପୁଅ ଉପରେ ଏସିଡ ଫିଙ୍ଗିଛନ୍ତି ଦୁର୍ବୃତ୍ତ । ୬ ଜଣ ଦୁର୍ବୃତ୍ତ ଦୁଇଟି ବାଇକ ଯୋଗେ ଆସି ଏଭଳି କାଣ୍ଡ ଭିଆଇ ଥିବା ଅଭିଯୋଗ ହୋଇଛି । ଲୁଟ ସମୟରେ ପାଖରେ ଥିବା ଜଣେ ମହିଳା ପୋଲିସକୁ ଖବର ଦେବାରୁ ପୋଲିସ ତୁରନ୍ତ ପହଞ୍ଚିଥିଲା । ପୋଲିସ ସହ ମଧ୍ୟ ଡକାୟତି ଦଳର ଗୁଳି ବିନିମୟ ହୋଇଥିଲା ।

ଅଞ୍ଚଳବାସୀଙ୍କ ଉଦ୍ୟମରେ ତିନିଜଣ ଡକାୟତଙ୍କୁ  ଧରାଯାଇଥିବା ବେଳେ ଅନ୍ୟ ତିନିଜଣ ଗହଣା ସବୁ ଲୁଟି ପଳାଇ ଯିବାରେ ସକ୍ଷମ ହୋଇଛନ୍ତି । ଲୁଟ କାର୍ଯ୍ୟରେ ବ୍ୟବହାର ହୋଇଥିବା ମୋଟର ସାଇକେଲ ଏବଂ ଅନ୍ୟ କିଛି ସାମଗ୍ରୀ ଘଟଣା ସ୍ଥଳରୁ ଉଦ୍ଧାର କରିଛି ପୋଲିସ । ଅଟକ ରହିଥିବା ୩ଜଣ  ଡକାୟତ  କୋଲକତା ଅଞ୍ଚଳର ବୋଲି ଜଣାପଡିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top