ଦେଶ

ଜମ୍ମୁ-କଶ୍ମୀରରେ ଆଡ଼ମ୍ବର ସହକାରେ ପାଳନ ହେବ ସ୍ୱାଧୀନତା ଦିବସ !

jammu kashmir
courtesy: www.indiatoday.in

ଶ୍ରୀନଗର: ଚଳିତ ବର୍ଷ ସ୍ୱାଧୀନତା ଦିବସ ଜମ୍ମୁ-କଶ୍ମୀରରେ ମହା ଆଡ଼ମ୍ୱରରେ ପାଳନ ହେବାର ସୂଚନା ମିଳିଛି ।  ଇଦ୍‌ ସୁରୁଖୁରୁରେ କଟିବା ପରେ ସରକାର ସଂପୃକ୍ତ ଅଞ୍ଚଳରେ ଅତି ଆଡମ୍ବର ସହକାରେ ସ୍ୱାଧୀନତା ଦିବସ ପାଳନ କରିବାର ଯୋଜନା କରୁଛନ୍ତି । ଅଗଷ୍ଟ ୧୫ ତାରିଖରେ ହେବାକୁ ଥିବା ଏହି ବୃହତ୍‌ ଉତ୍ସବ ସକାଶେ ପୂର୍ବରୁ ଅଭ୍ୟାସ ଜାରି ହୋଇଛି। ଜମ୍ମୁ-କଶ୍ମୀର ଓ ଲଦାଖର ସମସ୍ତ ଜିଲ୍ଲାରେ ଏହି ପୂର୍ବାଭ୍ୟାସ ଆରମ୍ଭ ହୋଇ ଯାଇଛି ବୋଲି ସୂଚନା ରହିଛି। ଜାଣିବାକୁ ମିଳିଛି ଯେ ସୋମବାର ଶାନ୍ତିପୂର୍ଣ୍ଣ ଇଦ୍‌ ସମାରୋହ ପରେ ଜମ୍ମୁ-କଶ୍ମୀରରୁ ପ୍ରତିବନ୍ଧାତ୍ମକ ସ୍ଥିତିକୁ କୋହଳ କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top