X
Breaking News
ନ୍ୟୁଜ୍

ଅସହାୟ ଅଶୋକ: ଦୁର୍ଘଟଣା ପରେ ପଙ୍ଗୁ ପାଲଟିଯାଇଛନ୍ତି ସୈନିକ, ସହାୟତାକୁ ଅପେକ୍ଷା  

Ashok1.GFX_00000

ଭୁବନେଶ୍ୱର: ଦିନେ ସେ ଦେଶ ପାଇଁ ଲଢୁଥିଲେ । ଆଜି ସେ ବଞ୍ଚିବା ପାଇଁ ନିଜ ସହ ଲଢେଇ କରୁଛନ୍ତି । ନୟାଗଡ଼ ଜିଲ୍ଲା ଚମ୍ପତିପୁର ଗାଁର ଅଶୋକ ସାହୁ । ଭାରତୀୟ ସେନାରେ ଯୋଗଦେଇ ଦେଶ ସେବାରେ ନିୟୋଜିତ ହୋଇଥିଲେ । ହେଲେ 7 ବର୍ଷ ତଳେ ଏକ ଦୁର୍ଘଟଣାରେ ଶରୀର ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି । ଫଳରେ ଘରର 4 ପ୍ରାଣୀଙ୍କୁ ମୁଠାଏ ଦାନା ସହ ପୁଅର ଚିକିତ୍ସା ଖର୍ଚ୍ଚ ଉଠାଇବାକୁ ଅସମର୍ଥ ବୁଢ଼ା ବାପା । ଜିଲ୍ଲାପାଳଙ୍କଠୁ ଆରମ୍ଭ କରି ବିଡିଓଙ୍କ ନିକଟରେ ସହାୟତା ପାଇଁ ଗୁହାରି କରିଥିଲେ ସୁଦ୍ଧା ସୁଫଳ ମିଳିନାହିଁ ।

ଗୋଟିଏ ପକ୍ଷେ ସହିଦ ଯବାନଙ୍କୁ ସରକାର ଲକ୍ଷ ଲକ୍ଷ ଟଙ୍କାର ସହାୟତା ଦେଇ ଅନୁକମ୍ପା ଦେଖାଉଛନ୍ତି । ଅନ୍ୟପକ୍ଷେ ଦୁର୍ଘଟଣାର ଶିକାର ହୋଇଥିବା ଅଶୋକଙ୍କ ପରି ଯବାନଙ୍କୁ ଦୀର୍ଘ 7 ବର୍ଷ ପରେ ବି କୌଣସି ସହାୟତା ମିଳିନାହିଁ । ସେପଟେ ସେନାରେ ଚାକିରୀକୁ 10 ବର୍ଷ ପୂରିନଥିବାରୁ ଅଶୋକଙ୍କୁ ଭତ୍ତା ମଧ୍ୟ ମିଳିପାରୁନାହିଁ । ତେବେ ଏ ଦିଗରେ ପଦକ୍ଷେପ ନେଇ ଶୀଘ୍ର ମଧୁବାବୁ ପେନସନ ଯୋଜନାରେ ଏହି ପରିବାରକୁ ସାମିଲ କରାଯିବ ବୋଲି ନୟାଗଡ ମଣ୍ଡଳ ଉନ୍ନୟନ ଅଧିକାରୀ କହିଛନ୍ତି ।

ଦୀର୍ଘ ସାତ ବର୍ଷ ହେଲା ଅସହାୟ ଭଳି ଜୀବନ ବିତାଉଥିବା ବୀର ଯବାନ ଅଶୋକଙ୍କ ପାଇଁ ପ୍ରଶାସନ କେବେ ସହାୟତାର ହାତ ବଢାଇବ ତାହା ଦେଖିବାକୁ ବାକି ରହିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top