ଖେଳ

ଆଗାମୀ ରଣଜୀ ସିଜନ୍‌ରେ ନୂଆ ଟିମ୍‌ରେ ଖେଳିବେ ଅଶୋକ ଡିଣ୍ଡା !

କୋଲକାତା: ଆଗାମୀ ରଣଜୀ ସିଜିନରେ ବେଙ୍ଗଲ ପରିବର୍ତ୍ତେ ଆଉ ଏକ ନୂଆ ଟିମରେ ଦେଖିବାକୁ ମିଳିପାରେ ଅଶୋକ ଡିଣ୍ଡାଙ୍କୁ । ପୂର୍ବ ରଣଜୀ ସିଜିନର ଅଧାରୁ ଅଶୋକ ଡିଣ୍ଡାଙ୍କୁ ଦଳରୁ ଡ୍ରପ କରାଯାଇଥିଲା । ତେବେ ଏହି ବର୍ଷ ଡିଣ୍ଡା ଆଉ ଏକ ନୂଆ ଦଳ ସହ କଥାହେବା ସହ ଖୁବଶ୍ରୀଘ୍ର ଏନ.ଓ.ସି ପାଇଁ ବେଙ୍ଗଲ କ୍ରିକେଟ ଆସୋସିଏସନରେ ଆବେଦନ କରିବେ ବୋଲି ଡିଣ୍ଡା ସୂଚନା ଦେଇଛନ୍ତି ।

ଦୀର୍ଘ ୧୩ ବର୍ଷ ହେଲା ବେଙ୍ଗଲ ପାଇଁ ଖେଳୁଥିବା ଡିଣ୍ଡା ଉପ୍ତଳ ଚାଟାର୍ଜୀଙ୍କ ପରେ ବେଙ୍ଗଲ ପାଇଁ ଦ୍ୱିତୀୟ ସର୍ବାଧିକ ୱିକେଟ ଅକ୍ତିଆର କରିଛନ୍ତି । ଏହା ସହ ବର୍ତ୍ତମାନ ବେଙ୍ଗଲ ଦଳର ବୋଲିଂ କୋଚ ଥିବା ରଣଦେବ ବୋଷ ଏବଂ ଅଶୋକ ଡିଣ୍ଡାଙ୍କ ମଧ୍ୟରେ ସମ୍ପର୍କ ଏତେଟା ଭଲ ନାହିଁ । ତେଣୁ ଡିଣ୍ଡା ନୂଆ ଏକ ଦଳ ପାଇଁ ଖେଳିବାକୁ ଯୋଜନା କରୁଛନ୍ତି ବୋଲି କୁହାଯାଉଛି । କିଛି କୋଚିଂ ଷ୍ଟାଫଙ୍କ ବ୍ୟବହାରରେ ଅସନ୍ତୋଷ ପ୍ରକାଶ କରି ଡିଣ୍ଡା ଦଳ ଛାଡୁଥିବା କଥା ନିଜେ କହିଛନ୍ତି ।

ଡିଣ୍ଡାଙ୍କୁ ବାଦ ଦେଲେ ବେଙ୍ଗଲ ଦଳରେ ଏବେ ପୃଥୀ ଶ୍ୱଙ୍କ ନେତୃତ୍ୱାଧୀନ ୧୯ ବର୍ଷରୁ କମ କ୍ରିକେଟ ବିଶ୍ୱକପ ବିଜୟୀ ଦଳର ଷ୍ଟାର ଇଶାନ ପରୋଲ ,ଆକାଶ ଦୀପ ଏବଂ ମୁକେଶ କୁମାରଙ୍କ ପରି ଯୁବ ପ୍ରତିଭାବାନ ଫାଷ୍ଟ ବୋଲର ରହିଛନ୍ତି ।ବେଙ୍ଗଲ ତରଫରୁ ଡିଣ୍ଡା ୧୧୬ ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳି ୪୨୦ ଟି ୱିକେଟ ଅକ୍ତିଆର କରିଛନ୍ତି । ସେହିପରି ଭାରତ ପକ୍ଷରୁ ୧୩ ଟି ଏକଦିବସୀୟ ମ୍ୟାଚ ୯ଟି  ଟ୍ୱେଣ୍ଟି ଟ୍ୱେଣ୍ଟି ମ୍ୟାଚରେ ଡିଣ୍ଡା ପ୍ରତିନିଧିତ୍ୱ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top