ଦେଶ

ପ୍ରବଳ ବର୍ଷାରେ ବେହାଲ ଆସାମ-ବିହାର: କାଜିରଙ୍ଗା ଜାତୀୟ ପାର୍କର ୭୦% ଅଞ୍ଚଳ ଜଳମଗ୍ନ

kaziranga

ନୂଆଦିଲ୍ଲୀ: ଦେଶରେ ଲଗାଣ ବର୍ଷା ଯୋଗୁ ଅଧିକାଂଶ ରାଜ୍ୟରେ ବନ୍ୟାର ଭୟଙ୍କର ସ୍ଥିତି ସାମ୍‌ନାକୁ ଆସିଛି । ତେବେ ଆସାମରେ ଲଗାଣ ବର୍ଷା ଯୋଗୁ ପରିସ୍ଥିତି ଅଣାୟତ୍ତ ହୋଇପଡିଛି । ଯାହାଫଳରେ ୧୦ ଲକ୍ଷ ଲୋକଙ୍କୁ ବିସ୍ଥାପିତ କରାଯାଇଛି । ୭୨ ଘଣ୍ଟା ମଧ୍ୟରେ ପାଖାପାଖି ୧୦ଜଣଙ୍କ ମୃତ୍ୟ ଘଟିଥିବା ଖବର ମିଳିଛି ।

ଆଗକୁ ବନ୍ୟା ସ୍ଥିତି ଆହୁରି ଭୟଙ୍କର ହୋଇପାରେ ବୋଲି ପାଣିପାଗ ସୁତ୍ରରୁ ପ୍ରକାଶ । ବ୍ରହ୍ମପୁତ୍ର ଓ ତାର ସହାୟକ ନଦୀମାନଙ୍କରେ ପାଣି ବିପଦ ସଙ୍କୁଳ ଅବସ୍ଥାରେ ରହିଛି ।  ଆସାମ ରାଜ୍ୟର ୩୩ଟି ଜିଲ୍ଲାରେ ବନ୍ୟା ତାଣ୍ଡବ କରୁଥିବାବେଳେ କାଜିରଙ୍ଗା ଜାତୀୟ ପାର୍କର ୭୦% ଅଞ୍ଚଳ ଓ ୯୫ଟି କ୍ୟାମ୍ପ ସଂପୂର୍ଣ୍ଣ ରୂପେ ପାଣିରେ ବୁଡ଼ି ଯାଇଛି ।

 ସୃଷ୍ଟି ହୋଇଥିବା ଭୟଙ୍କର ବନ୍ୟା ସ୍ଥିତି ଏବେ ଉତ୍କଟ ରୂପ ଧାରଣ କରିଛି । ବନ୍ୟା ଯୋଗୁ ଅନେକ ଜୀବଜନ୍ତୁ ପ୍ରାଣ ହରାଇଥିବା ଆଶାଙ୍କା କରାଯାଉଛି । ଆସାମର ୧୮୦୦ ଗ୍ରାମ ବନ୍ୟା ଘେରରେ ରହିଛି ।  ବ୍ରହ୍ମପୁତ୍ର ନଦୀରେ ଆଗାମୀ ଦିନରେ ଜଳସ୍ଥର ଆହୁରି ବଢିପାରେ ବୋଲି ଆସାମର ଜଳ ସଂସାଧନ ମନ୍ତ୍ରୀ କହିଛନ୍ତି ।

ସେହିପରି ବିହାରେର ବନ୍ୟା ଯୋଗୁ ୧୩ ଜଣଙ୍କ ମୃତ୍ୟ ଘଟିଛି ।  ଆସନ୍ତା ୨୪ ଘଣ୍ଟା ଯାଏ  ପ୍ରବଳ ବର୍ଷା ଲାଗିରହିବ । ଏନେଇ ହାଇ ଆଲର୍ଟ ମଧ୍ୟ ଜାରି କରାଯାଇଛି ।  ଏନଡିଆରଏଫ ଏବଂ ଏସଡିଆରଏଫ ଟିମ୍‌ଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top