ଜୀବନ ମନ୍ତ୍ର

ଶ୍ୱାସରୋଗୀଙ୍କ ପାଇଁ ଆପଣାନ୍ତୁ ଏହି ଘୋରୋଇ ଉପଚାର

ଅର୍ଗସ ବ୍ୟୁରୋ : ଶ୍ୱାସରୋଗୀମାନେ ସେମାନଙ୍କ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବା ଆବଶ୍ୟକ । କାରଣ ଏହା ଏକ ନିଶ୍ୱାସ ପ୍ରଶ୍ୱାସ ସମସ୍ୟା। ଯେଉଁଥିରେ ରୋଗୀର ନିଶ୍ୱାସ ନେବାରେ ଅସୁବିଧା ହୋଇଥାଏ। ଏଭଳି ସ୍ଥିତିରେ ନିୟମିତ ଔଷଧ ସେବନ ହିଁ ରୋଗୀକୁ ଆରାମ ଦେବା ପାଇଁ କାମ କରିଥାଏ ।  ତେବେ ଶ୍ୱାସରୋଗୀଙ୍କ ପାଇଁ କେବଳ ଔଷଧ ନୁହେଁ, କିଛି ଘରୋଇ ପଦ୍ଧତି ଗ୍ରହଣ କରି ନିଜକୁ ସୁସ୍ଥ ରଖିପାରିବେ । ଆମେ ଆପଣଙ୍କୁ ଏପରି କିଛି ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ । ସେଗୁଡ଼ିକୁ ଗ୍ରହଣ କରି ଆପଣ ନିଜକୁ ସୁସ୍ଥ ରଖିପାରିବେ ।

– ଯେଉଁମାନଙ୍କର ଆସ୍ଥମା ଥାଏ ସେମାନଙ୍କ ପାଇଁ କୌଣସି ଅଲଗା ଖାଦ୍ୟ ବା ଡାଏଟ ନଥାଏ । ଅଧିକ ଓଜନ ହେବା ପ୍ରାୟତଃ ଭୟଙ୍କର ଶ୍ୱାସରୋଗ ହୋଇପାରେ। ଆପଣଙ୍କ ଖାଦ୍ୟକୁ ସୁସ୍ଥ ଏବଂ ସନ୍ତୁଳିତ ରଖିବା ପାଇଁ ଫଳ ଏବଂ ପନିପରିବା ଅନ୍ତର୍ଭୁକ୍ତ କରିବା ଜରୁରୀ । ଆଣ୍ଟିଅକ୍ସିଡାଣ୍ଟ ଯେପରିକି ଫଳ ଏବଂ ପନିପରିବାରେ ବିଟା-କାରୋଟିନ୍, ଭିଟାମିନ୍ ସି ଏବଂ ଇ ଆପଣଙ୍କ ପାଇଁ ଯଥେଷ୍ଟ ଭଲ ବୋଲି ବିବେଚନା କରାଯାଇଥାଏ ।

– ରଶୁଣ ଖାଆନ୍ତୁ । ରଶୁଣ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣରେ ଭରପୂର ରହିଥାଏ । ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ତେଣୁ ରଶୁଣ ଆପଣଙ୍କୁ ଶ୍ୱାସରୋଗରୁ ମୁକ୍ତି ଦେବାରେ ବହୁତ ପ୍ରଭାବଶାଳୀ ।

– ଅଦା ଖାଆନ୍ତୁ । ଅଦା ଆପଣଙ୍କୁ ଅନେକ ରୋଗରୁ ଦୂରେଇ ରଖିବା ସହିତ ଆସ୍ଥମା ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ଅଦା ଏପରି ଏକ ଓୌଷଧ, ଯାହା ଗୁରୁତର ଆସ୍ଥମା ରୋଗୀଙ୍କ ପାଇଁ ଉପଯୋଗୀ ହୋଇଥାଏ ।

– ମହୁ ଖାଆନ୍ତୁ । ମହୁରେ ଭରପୂର ଗୁଣ ଅଛି । ଯାହା ଆପଣଙ୍କ ଗଳାରେ ଆସ୍ଥମା ରୋଗର ଲକ୍ଷଣକୁ ହ୍ରାସ କରିପାରେ । ଏଥିପାଇଁ ଆପଣ ହର୍ବାଲ ଚା କିମ୍ବା କୌଣସି ଗରମ ପାଣି ସହ ମହୁକୁ ମିଶାଇ ପାରିବେ ।

– ଯୋଗ କରନ୍ତୁ । ଯୋଗ ବା ବ୍ୟାୟାମ କରି ଆପଣ ଆସ୍ଥମା ସମସ୍ୟାରୁ ମୁକ୍ତି ପାଇପାରିବେ । ଯୋଗ କରିବା ଦ୍ୱାରା ଆପଣ ଚାପକୁ ହ୍ରାସ କରିପାରିବେ । ଯାହା ଆପଣଙ୍କ ଶ୍ୱାସକୁ ନିୟନ୍ତ୍ରଣ କରିପାରିବ । ଯଦି ଆପଣ ପ୍ରତିଦିନ ବ୍ୟାୟାମ କରନ୍ତି, ତେବେ ଆପଣଙ୍କର ଶ୍ୱାସକ୍ରିୟା ସମସ୍ୟା ବହୁ ପରିମାଣରେ କମିଯାଏ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top