ଟେକ୍ନୋଲୋଜି

‘ୱାନ୍‌ ଇନ୍‌ ଏ ମିଲିୟନ’: ପୃଥିବୀ ଭଳି ଆଉ ଏକ ଗ୍ରହର ସନ୍ଧାନ ପାଇଛନ୍ତି ବୈଜ୍ଞାନିକ

ଅର୍ଗସ ବ୍ୟୁରୋ: କାଣ୍ଟେରବୁରି ବିଶ୍ୱବିଦ୍ୟାଳୟର ମହାକାଶ ବିଜ୍ଞାନୀମାନେ ଏକ ପୃଥିବୀ ପରି ଗ୍ରହର ସନ୍ଧାନ ପାଇଛନ୍ତି । ଯାହାର କକ୍ଷ ବିଲକୁଲ ଆମ ପୃଥିବୀ ଭଳି । ଦଶ ଲକ୍ଷରେ ଗୋଟିଏ ଏମିତି ଗ୍ରହର ସନ୍ଧାନ ମିଳେ  । ଯାହାକୁ ‘ୱାନ ଇନ୍‌ ଏ ମିଲିୟନ’ ବୋଲି କୁହାଯାଏ ।

ନ୍ୟୁଜିଲ୍ୟାଣ୍ଡର ବୈଜ୍ଞାନିକମାନଙ୍କ ଦ୍ୱାରା ଏହି ଅଦ୍ଭୁଦ ସନ୍ଧାନ କରାଯାଇଛି । ପୃଥିବୀରୁ ପ୍ରାୟ ୨୫ ହଜାର ପ୍ରକାଶ ବର୍ଷ ଦୂରରେ ପୃଥିବୀ ପରି ଏକ ଗ୍ରହ ରହିଛି । ଏହି ଗ୍ରହରେ ଚଟାଣ ମିଳିବାରୁ ଏହା ବାକି ଗ୍ରହମାନଙ୍କଠାରୁ ଅଲଗା ହୋଇଛି ।

ବର୍ତ୍ତମାନ ସୁଦ୍ଧା ଏହି ଗ୍ରହର କୌଣସି ନାମ ଦିଆଯାଇନାହିଁ । କିନ୍ତୁ ଯେଉଁ ମାଇକ୍ରୋଲେସିଙ୍ଗ ଦ୍ୱାରା ଏହାର ସନ୍ଧାନ କରାଯାଇଛି, ତାହା ଏହାର ନାମ OGLE-2018-BLG-0677 ରଖିଛି । ବୈଜ୍ଞାନିକଙ୍କ ମତରେ, ଏପରି ଅଦ୍ଭୁତ ସନ୍ଧାନ ୧୦ ଲକ୍ଷ ଥର ମଧ୍ୟରେ ଗୋଟିଏ ଥର ଦେଖିବାକୁ ମିଳିଥାଏ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top