ଦେଶ

ଏଫଆଇପିଆଇ ପ୍ରତିଷ୍ଠା ଦିବସ: ‘ଦେଶର ଉର୍ଜା ସୁରକ୍ଷାକୁ ହାସଲ କରିବା ପାଇଁ କାମ କର’

ନୂଆଦିଲ୍ଲୀ:  ନୂଆଦିଲ୍ଲୀ ଠାରେ ଭାରତୀୟ ପେଟ୍ରୋଲିୟମ ଶିଳ୍ପ ସଂଘ(ଏଫଆଇପିଆଇ)ର ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ବାର୍ଷିକ ସମ୍ମିଳନୀ ଓ ପୁରସ୍କାର ବିତରଣ ୨୦୧୯ କାର୍ଯ୍ୟକ୍ରମରେ ଯୋଗଦେଇ ଦେଶର ଉର୍ଜା ସୁରକ୍ଷାକୁ ହାସଲ କରିବା ପାଇଁ କାମ କରିବାକୁ ପେଟ୍ରୋଲିୟମ ଶିଳ୍ପର ଅଧିକାରୀ ତଥା ବିଶେଷଜ୍ଞମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତର ଗରିବ ଲୋକଙ୍କ ଜୀବନଶୈଳିକୁ ପରିବର୍ତନ କରିବାର ଦାୟିତ୍ୱ କେବଳ ପେଟ୍ରୋଲିୟମ ଶିଳ୍ପ ପାଖରେ ରହିଛି । ସମସ୍ତଙ୍କ ପାଖରେ ସୁଲଭ ମୂଲ୍ୟରେ ଉର୍ଜା ପହଁଚାଇ ଗରିବ ଲୋକଙ୍କର ଜୀବନରେ ଅଭୁତପୂର୍ବ ପରିବର୍ତନ ଆଣିବାର କ୍ଷମତା ପେଟ୍ରୋଲିୟମ ଶିଳ୍ପ ପାଖରେ ରହିଛି । ଭାରତୀୟ ତୈଳ ବିପଣନ କମ୍ପାନୀମାନେ ଦ୍ରୁତ ଗତିରେ ଆଗକୁ ବଢୁଛନ୍ତି । ସମୟ ବଦଳିବା ସହ କେନ୍ଦ୍ର ସରକାର ବିଗତ ଦିନ ମାନଙ୍କରେ ଏହି କ୍ଷେତ୍ରରେ ସଂସ୍କାରରେ ଅନେକ ସୁଧାର ଆଣିଛନ୍ତି । ତେବେ ପେଟ୍ରୋଲିୟମ ଶିଳ୍ପର ଦ୍ରୁତ ଅଭିବୃଦ୍ଧି ସମସ୍ତଙ୍କ ଉଦ୍ୟମ ଫଳରେ ସମ୍ଭବ ହୋଇପାରିଛି । ଅପରପକ୍ଷରେ ତୈଳ ଓ ଗ୍ୟାସ କ୍ଷେତ୍ରରେ ବିଶ୍ୱ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବା ଆମର ଲକ୍ଷ୍ୟ । ଏହି ମର୍ମରେ ୨୦୨୪ ସୁଦ୍ଧା ଭାରତ ରିଫାଇନିଂ, ପାଇପଲାଇନ ଏବଂ ଗ୍ୟାସ ଟର୍ମିନାଲରେ ୧୦୦ ବିଲିୟନ ଡଲାର ପୁଞ୍ଜିନିବେଶ କରିବ ବୋଲି ସେ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଗାମୀ ୫ ବର୍ଷ ମଧ୍ୟରେ ଭାରତ ୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବାର ଲକ୍ଷ୍ୟ ପ୍ର୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରଖିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣରେ ଏହି ଲକ୍ଷ୍ୟକୁ ଭାରତର ତୈଳ ଓ ଗ୍ୟାସ କ୍ଷେତ୍ର ହାସଲ କରିବାର କ୍ଷମତା ରଖିଛି । ସେହିପରି ଆଜି ଦେଶ ଅନେକ ଚ୍ୟାଲେଞ୍ଜିଂ ସମୟ ଦେଇ ଗତି କରୁଛି । ଏହି ସମୟରେ ଦେଶର ପେଟ୍ରୋଲିୟମ ଶିଳ୍ପ ଅନେକ ବାଧାବିଘ୍ନ ସମ୍ମୁଖୀନ କରି ଆଗକୁ ବଢିବାର ମଧ୍ୟ କ୍ଷମତା ରଖିଛି । ସେହିପରି ଆଗାମୀ ଦିନରେ ବିକଳ୍ପ ଉର୍ଜା, ସବୁଜ ଉର୍ଜା ପାଇଁ ନୂଆ ଯନ୍ତ୍ର ଆବିଷ୍କାର ନିମନ୍ତେ କମ୍ପାନୀ ମାନଙ୍କୁ ପୁରସ୍କୁତ କରାଯାଉ ବୋଲି ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top