ଦେଶ

‘ଆତ୍ମନିର୍ଭର ଭାରତ’: ଏମଏସଏମଇ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ:  ‘ଆତ୍ମନିର୍ଭର ଭାରତ ଅଭୀଯାନ’ ଅଧିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦ ଲକ୍ଷ କୋଟିର ପ୍ୟାକେଜ ଘୋଷଣା କରିଥିଲେ । ଯାହାର ବିସ୍ତୃତ ବିବରଣୀ ଦେଶବାସୀଙ୍କୁ ଦେଉଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବିଶେଷ କରି ଏଥିରେ ଏମଏସଏମଇ ସେକ୍ଟର ପାଇଁ ବଡ଼ ଘୋଷଣା କରାଯାଇଛି ।

 ଏମଏସଏମଇ ପାଇଁ 6 ଟି ବଡ଼ ପଦକ୍ଷେପ ନିଆଯାଇଛି ।  ଏମଏସଏମମିକୁ ୩ ଲକ୍ଷ କୋଟିର ବିନା ଗ୍ୟାରେଣ୍ଟିରେ ଋଣ ଯୋଗାଇ ଦିଆଯିବ । ଏଥିରେ ୪୫ ଲକ୍ଷ ଏମଏସଏମଇକୁ ଫାଇଦା ମିଳିବ  । ଏମଏସଏମଇକୁ ଏକ ବର୍ଷ ଯାଏଁ କିସ୍ତି ଦେବାରୁ ରିହାତି ଦିଆଯିବ । ଏମଏସଏମଇକୁ ବିସ୍ତାର କରିବା ପାଇଁ ୫୦ ହଜାର କୋଟି ଦିଆଯିବ ।

ଏମଏସଏମଇ ପାଇଁ ୧୦ ହଜାର କୋଟିର ‘ଫଣ୍ଡସ୍ ଅଫ୍ ଫଣ୍ଡ’ ଘୋଷଣା କରାଯାଇଛି । ଏମଏସଏମଇକୁ ପରିଭାଷାରେ ପରିବର୍ତ୍ତନ କରାଯାଇଛି । ଅଧିକ ଟର୍ଣ୍ଣଓଭର୍ ପରେ ବି ଏମଏସଏମଇ ଭାବେ ପରିଗଣିତ ହେବେ  । ଏକ ପ୍ରମୁଖ ପଦକ୍ଷେପରେ ସରକାର ଏମଏସଏମଇ ସମେତ ବ୍ୟବସାୟ ପାଇଁ ନେଇଛନ୍ତି ।

ଚାପଗ୍ରସ୍ତ ଏମଏସଏମଇ ବା ସଙ୍କଟରେ ଥିବ ଏମଏସଏମଇ ଗୁଡ଼ିକୁ ଇକ୍ୱିଟି ସହାୟତା ଯୋଗାଇବା ପାଇଁ ସରକାର 20 ହଜାର କୋଟି ଟଙ୍କା ପ୍ରଦାନରେ ସୁବିଧା କରିବେ ।

ଏହା  MSMEର ଆକାର ଏବଂ କ୍ଷମତା ବିସ୍ତାର କରିବାରେ ସାହାଯ୍ୟ କରିବ | ସରକାରୀ କ୍ରୟରେ 200 କୋଟି ଟଙ୍କା ପର୍ଯ୍ୟନ୍ତ ଗ୍ଲୋବାଲ ଟେଣ୍ଡର ଅନୁମୋଦନ ହେବ ନାହିଁ। ଏହି ଲାଭ କେବଳ ଘରୋଇ ଉଦ୍ୟୋଗ ମାନଙ୍କୁ ମିଳିବ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top