ନ୍ୟୁଜ୍

୨ୟ ଦିନରେ ପହଞ୍ଚିଲା ଆଟେଣ୍ଡେଣ୍ଟ ଓ ସିକ୍ୟୁରିଟି ଗାର୍ଡଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ

koraput strike

କୋରାପୁଟ: କୋରାପୁଟ ମେଡ଼ିକାଲ କଲେଜରେ ଆଟେଣ୍ଡେଣ୍ଟ ଓ ସିକ୍ୟୁରିଟି ଗାର୍ଡଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଓ ଧାରଣା 2ୟ ଦିନରେ ପହଞ୍ଚିଛି । 5ମାସର ବକେୟା ଦରମା ପ୍ରଦାନ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି କର୍ମଚାରୀ । ମେଡ଼ିକାଲ କଲେଜ ଓ ହସ୍ପିଟାଲର ଏ ସମସ୍ତ ବିଭାଗରେ ସ୍ଥାୟୀ କର୍ମଚାରୀ ନାହାନ୍ତି । ଆଉଟସୋର୍ସଂ ଜରିଆରେ ସୁଇପର, ଆଟେଣ୍ଡେଣ୍ଟ ଓ ସିକ୍ୟୁରିଟି  ଗାର୍ଡମାନଙ୍କୁ ନିଯୁକ୍ତି ଦିଆଯାଇଛି ।

ଆନ୍ଦୋଳକୁ ସମର୍ଥନ ଜଣାଇଛନ୍ତି ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ରୁପକ ତୁରୁକୁ । ସେହିଭଳି ସହରର ବିଭିନ୍ନ ଅନୁଷ୍ଠାନ ମଧ୍ୟ ଆଉଟସୋର୍ସିଂ କର୍ମଚାରୀଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି । ଏହାଦ୍ୱାରା ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ସଫେଇ କାର୍ଯ୍ୟବାଧା ପ୍ରାପ୍ତ ହୋଇଛି । ରୋଗୀଙ୍କ ସେବାରେ ମଧ୍ୟ ଅସୁବିଧା ଦେଖାଦେଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top