ଖେଳ

ଟି-୨୦ ବିଶ୍ୱକପ ଫାଇନାଲ ହାରିଲା ଟିମ୍‌ ଇଣ୍ଡିଆ, ଅଷ୍ଟ୍ରେଲିଆ ଚାମ୍ପିୟନ

ଅର୍ଗସ ବ୍ୟୁରୋ: ମହିଳା ଦିବସରେ ନିରାଶ କଲା ଭାରତୀୟ ମହିଳା କ୍ରିକେଟ ଟିମ୍‌ । ଦିନିକିଆ ବିଶ୍ୱକପ ଭଳି ଟି-୨୦ ବିଶ୍ୱକପ ଫାଇନାଲରେ ପରାଜୟ ସ୍ୱୀକାର କଲା ଭାରତୀୟ ମହିଳଦଳ । ଭାରତୀୟ ମହିଳା ଦଳ ଆଜି ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଛି । ପ୍ରଥମଥର ଟି-୨୦ ବିଶ୍ୱକପ ଫାଇନାଲ ଖେଳୁଥିବା ହରମନପ୍ରୀତ କୌରଙ୍କ ଟିମ୍ ଇଣ୍ଡିଆ ଆଜି ଅଷ୍ଟ୍ରେଲିଆ ନିକଟରେ ଆତ୍ମସମର୍ପଣ କରିଦେଇଛି ।

ଅଷ୍ଟ୍ରେଲିଆର ୧୮୫ ରନ୍ ଟାର୍ଗେଟର ପିଛା କରୁଥିବା ଭାରତ ୧୯.୧ ଓଭରରେ ୯୯ ରନ୍ କରି ଅଲଆଉଟ ହୋଇଯାଇଛି । ଅଷ୍ଟ୍ରେଲିଆର ଦୁଇ ଓପନର ବେଥ ମୁନୀ ଓ ଅଲିସା ହିଲୀ ଆରମ୍ଭରୁ ହିଁ ବିସ୍ଫୋରକ ବ୍ୟାଟିଂ କରିଥିଲେ । ମୁନୀ ଆରମ୍ଭରୁ ଶେଷ ଯାଏ ଅପରାଜିତ ରହି ୭୮ ରନ୍ କରିଥିବା ବେଳେ ହିଲୀ ୫ଟି ବିଶାଳ ଛକା ସହାୟତାରେ ୭୫ ରନ୍ କରିଥିଲେ। ଫଳରେ ଅଷ୍ଟ୍ରେଲିଆ ୪ ୱିକେଟ ହରାଇ ୧୮୪ ରନ୍ କରିଥିଲା ।

ଅନ୍ୟପଟେ ଭାରତ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଫାଇନାଲରେ ଶେଫାଳି ବର୍ମା ପ୍ରଥମ ଓଭରରେ ୨ ରନ୍ କରି ମେଗନା ସ୍କୁଟଙ୍କ ବଲରେ ଆଉଟ ହୋଇଥିଲେ । ଏହାପରେ ଖାତା ଖୋଲିବା ପୂର୍ବରୁ ଜେମିମା ରୋଡ୍ରିଗ୍ସ ସ୍ପିନର ଜେସ ଜୋନାସେନଙ୍କ ବଲରେ ଆଉଟ ହୋଇଥିଲେ । ସ୍ମୃତି ମନ୍ଧାନା ୮ ବଲରେ ୧୧ ରନ୍ କରିଥିବା ବେଳେ ସୋଫିଆ ମୋଲିନେକ୍ସଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ । ଅଧିନାୟକ ହରମନପ୍ରୀତ କୌର ୪ ରନ୍ କରି ଜୋନାସେନଙ୍କ ଦ୍ୱିତୀୟ ଶିକାର ହୋଇଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top