ନ୍ୟୁଜ୍

ସମ୍ବଲପୁରରେ ଅଟୋଚାଳକଙ୍କୁ ବଡ ଫାଇନ, ଯାତ୍ରୀବାହି ଅଟୋରେ ମାଲ ପରିବହନ ପାଇଁ ୩୦ ହଜାର ୫୦୦ ଟଙ୍କା ଫାଇନ

Fine

ସମ୍ବଲପୁର:  ସମ୍ବଲପୁରରେ ଅଟୋଚାଳକଙ୍କୁ ବଡ ଫାଇନ । ଗୋଟିଏ ଯାତ୍ରୀବାହି ଅଟୋ ମାଲ ପରିବହନ ପାଇଁ ଅଟୋଠୁ ୩୦, ୫୦୦ ଫାଇନ କରାଯାଇଛି । ବିପଦ ସଙ୍କୁଳ ଅବସ୍ଥାରେ ଯାତ୍ରୀବାହି ଅଟୋରେ ମାଲ ପରିବହନ କରୁଥିବାରୁ ଅଟୋକୁ ପରିବହନ ବିଭାଗ ଅଧିକାରୀ ୩୦୫୦୦ ଫାଇନ କରିଛନ୍ତି । ଅଟୋ ନମ୍ବର ହେଉଛି ଓଆର୍ ୧୫ କ୍ୟୁ ୫୩୬୫ । ବିନା ଡିଏଲ ପାଇଁ ୫୦୦୦ , ପଂଜିକରଣ ନଥିବାରୁ ୫୦୦୦, ଓଭର ଲୋଡିଂ ପାଇଁ ୨୦୦୦୦ ଫାଇନ ହୋଇଛି ।

ସୂଚନାନୁସାରେ, ମାର୍ଚ୍ଚ ୧ ତାରିଖରୁ ନୂଆ ମୋଟର ଯାନ ଆଇନ ଏକପ୍ରକାର ଲାଗୁ କରାଯାଇଥିବାବେଳେ ଏବେବି ବିଭିନ୍ନ ସ୍ଥାନରେ ଲୋକଙ୍କର ମନମୁଖୀ କାର‌୍ୟ୍ୟ ଦେଖିବାକୁ ମିଳୁଛି । ଯେଉଁଥିପାଇଁ ବଡ଼ ଧରଣର ତଣ୍ଡ ସେମାନଙ୍କୁ ଦେବାକୁ ପଡ଼ୁଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top