ନ୍ୟୁଜ୍

ସରପଞ୍ଚ କହିଲେ ଘର ମିଳୁଛି ନହେଲେ ନାହିଁ !

PM AWAS YOJANA GFX_CARD_00000_00000

ସରପଞ୍ଚ କହିଲେ ଘର ମିଳିବ  ନହେଲେ ନାହିଁ  । ପ୍ରଧାନମନ୍ତ୍ରୀ ଆବାସ ଯୋଜନାର  କେଳଙ୍କାରୀ ଜାଣିବା ପାଇଁ ଅର୍ଗସ ଟିମ୍ ପହଁଚିଥିଲା ମାହାଙ୍ଗା  ବ୍ଲକରେ  । ସବୁଠି ଶୁଣିବାକୁ ମିଳିଥିଲା ସେହି ଗୋଟିଏ ଅଭିଯୋଗ   । .ଏଠାରେ ମୋ ସରକାର ନୁହେଁ ବରଂ ଚାଲିଛି ସରପଞ୍ଚଙ୍କ ସରକାର  ।

ପଣସପୁର ପଂଚାୟତର ସରପଂଚ ରଶ୍ମିତା ବେହେରା  । ସରକାରୀ ଅଧିକାରୀଙ୍କ ଉପରେ ଚାପ ସୃଷ୍ଟି କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହାତେଇ ନେଉଥିବାର ରହିଛି ତାଙ୍କ ଉପରେ ସଂଗୀନ ଅଭିଯୋଗ  ।

ମଉଦା ପଂଚାୟତର ସରପଂଚ ଧୀରେନ୍ଦ୍ର ସେଠୀ  । ତାଙ୍କ ସହଯୋଗୀ ତଥା ପୂର୍ବତନ ସରପଂଚ ସମୀର ବର୍ମା  । ବାବୁ ଏବେ ସ୍କୁଲରେ ଶିକ୍ଷକ  । କିନ୍ତୁ ରାଜନୀତିରୁ ମନ ଛାଡୁନି  । ସେଥିପାଇଁ ସରକାରୀ ଯୋଜନାର ହିତାଧିକାରୀ ଉଭୟେ ସମୀର ବର୍ମା ଓ ସରପଂଚ ଧୀରେନ୍ଦ୍ର ସେଠୀଙ୍କ ନିର୍ଦ୍ଦେଶରେ ହିଁ ଚୟନ ହେଉଥିବାର ଅଭିଯୋଗ ହେଉଛି  ।

 ସେହିପରି ଜମରା ପଂଚାୟତର ରାଜେନ୍ଦ୍ର ଲେଙ୍କା  । ବାବୁଙ୍କ ଦବଦବା କେବଳ ସ୍ଥାନୀୟ ଅଂଚଳରେ ନୁହେଁ ବରଂ  ସରକାରୀ କର୍ମଚାରୀଙ୍କ ଉପରେ ରହିଥିବାର ମଧ୍ୟ ଅଭିଯୋଗ  ହେଉଛି  । କେବଳ ସେତିକି ନୁହେଁ ,ଏସଇସିସି  ତାଲିକାରେ ଥାଇ ମଧ୍ୟ ଏ ଅଂଚଳର ଅନେକ ଲୋକ ଚାଳ ଘରେ ଦିନ କାଟୁଛନ୍ତି । ଅଥଚ ସରକାରୀ ଦଳକୁ ସମର୍ଥନ ନ କରିବାକୁ ଘର କି ପାଇଖାନା କିଛି ମିଳୁନାହିଁ  । କେବଳ ସେତିକି ନୁହେଁ ଘର ଖଣ୍ଡେ ପାଇଁ ମଧ୍ୟ ପିସି କାରବାର ଚାଲିଥିବାର ରହିଛି ମହା ଅଭିଯୋଗ  ।

ତେବେ ଏନେଇ ଦେଖନ୍ତୁ ପୁରା ରିପୋର୍ଟ…

Click to comment

Leave a Reply

Your email address will not be published. Required fields are marked *

Most Popular

To Top