ଦେଶ

ଅଯୋଧ୍ୟା: ପୁଲୱାମାର କେଶର, ଅଷ୍ଟ୍ରେଲିଆ ବେସନ, ଏମିତି ପ୍ରସ୍ତୁତ ହେବ ରଘୁପତି ଲଡୁ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଅଗଷ୍ଟ 5ରେ ହେବ ଭୂମିପୂଜନ ଉତ୍ସବ । ଭୂମିପୂଜନ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତ ସାମିଲ ହେବେ । ତେବେ ଏହି ଉତ୍ସବ ପାଇଁ ପାଟଣାର ମହାବୀର ମନ୍ଦିର ପକ୍ଷରୁ ବିଶେଷ କିସମର ଲଡୁ ପ୍ରସ୍ତୁତ କରାଯାଉଛି । ବିଶେଷ କରି ଏହି ଉତ୍ସବରେ ମହାବୀର ମନ୍ଦିର ପକ୍ଷରୁ ନୈବେଦମ ଲଡୁ ବଣ୍ଟନ କରାଯିବ । ଏଥିପାଇଁ ଦେଢ଼ ଲକ୍ଷ ଲଡୁ ପ୍ରସ୍ତୁତ କରାଯାଉଛି ।

 ଏହି ବିଶେଷ ଲଡୁ ପାଇଁ ଦେଶୀ ଘିଅ ବେଙ୍ଗାଲୁରୁରୁ ଆସିଥିବା ବେଳେ ରାଜା ବ୍ରାଣ୍ଡର ବେସନ ଆସିଛି ଅଷ୍ଟ୍ରେଲିଆରୁ  । ଖାସ କେଶରର ଡେଲିଭରି ଜାମ୍ମୁକାଶ୍ମୀରର ପୁଲୱାମାରୁ ହୋଇଛି । ଏହାସହ ଇଲାଇଚ୍‌, କାଜୁ ଓ କିସମିସ କେରଳରୁ ଅଣାଯାଇଛି । ଏହି ଲଡୁରେ ମିଠା ଭରିଛି ଉତ୍ତରପ୍ରଦେଶରେ ପ୍ରସ୍ତୁତ ଚିନି । ଲଡୁର ଡବା ପାଟଣାରୁ ଆସିଛି । ତେବେ ପୁଲୱାମାରୁ ମିଳୁଥିବା କେଶର ବହୁ ଦାମୀ ।

ମହାବୀର ମନ୍ଦିର ଟ୍ରଷ୍ଟର ସଚିବ ଆଚାର୍ଯ୍ୟ କିଶୋର କୁନାଲଙ୍କ ଅନୁସାରେ ଅଯୋଧ୍ୟାରେ ଏହି ଲଡୁ ନୈବେଦମ ରଘୁପତି ଲଡୁ ନାମରେ ବଣ୍ଟନ କରାଯିବ । ଅଯୋଧ୍ୟାରେ ତିରୁପତିର କୁଶଳ ମିଠା କାରିଗର ଲଡୁ ତିଆରିରେ ଲାଗିପଡ଼ିଛନ୍ତି । ଦରକାର ପଡ଼ିଲେ ଅଧିକ ମୋଦକ ମଧ୍ୟ ପ୍ରସ୍ତୁତ କରାଯିବ ବୋଲି ଜଣାପଡ଼ିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top